Home ଓଡ଼ିଶା ବାଣପୁର ରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବାଣପୁର ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଶର୍ମି କାବ୍ୟ ଲେଖା ସାହିତ୍ୟ ସଂସଦ ପକ୍ଷରୁ ଏକ ରାଜ୍ୟସ୍ତରୀୟ କବି ଓ ସାହିତ୍ୟିକ ସମ୍ମିଳନୀ ବାଣପୁର ବିଧାରପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ଓ ପରିଡ଼ା ପାଠାଗାର ପରିସର ରେ ବର୍ଣ୍ଣାଢ଼୍ୟ ପରିଵେଶ ରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆଗତ ତିନିଶହରୁ ଉର୍ଦ୍ଧ୍ଵ ସାହିତ୍ୟିକ ମାନଙ୍କ ସମାବେଶରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦିକା ନ୍ରୃତ୍ୟ ପଟ୍ଟିୟସୀ ଶର୍ମିଷ୍ଠା ପଲାଇ ଙ୍କ ସାମଗ୍ରିକ ପରିଚାଳନା ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ଶଶଧର ପଣ୍ଡା, ଉଦ୍ ଘାଟକ ଭାବେ ଓଡିଆ ଭାଷାର ପ୍ରତିଷ୍ଠାନ ର ପ୍ରାକ୍ତନ ନିର୍ଦ୍ଦେଶକ ହରିହର କାନୁନଗୋ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଇଞ୍ଜିନିୟର ଗୈ। ରଚନ୍ଦ୍ର ମହାପାତ୍ର,ଆଡ୍ ଭୋକେଟ୍ ରବୀନ୍ଦ୍ରନାଥ ମାନସିଂହ, ସାହିତ୍ୟ ସଂସ୍କୃତି ସମାରୋହ ର ପ୍ରତିଷ୍ଠାତା ପ୍ରଣବ ଛୋଟରାୟ, ବ୍ୟଙ୍ଗ କବି ସମ୍ପଦ ରଥ,ନିଖିଳେଶ ମହାନ୍ତି, ବରିଷ୍ଠ କବି ପୁରୁଷୋତ୍ତମ ମହାପାତ୍ର, ପ୍ରମୁଖ ଯୋଗଦେଇ ଓଡ଼ିଆ କବିତାର ଉତ୍ତରଣରେ ଉଦୀୟମାନ ତରୁଣ ଓ ପ୍ରବୀଣ କବି ସାହିତ୍ୟିକ ମାନଙ୍କ ର ଗୁରୁତ୍ବପୂର୍ଣ୍ଣ ଭୂମିକାର ଆବଶ୍ୟକତା ରହିଛି ବୋଲି ମତ ଦେବା ସହିତ ଓଡ଼ିଶା ର ସାରସ୍ବତ ଜଗତକୁ ବାଣପୁର ମାଟି ର ଅବଦାନ ର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅନୁଷ୍ଠାନ ର ବାର୍ଷିକ ସ୍ମରଣିକା ଓ କବିତା ପୁସ୍ତକ ନୀରବ ମୂର୍ଚ୍ଛନା ଉନ୍ମୋଚିତ ହୋଇଥିଲା । କବି ତେଜସ୍ଵିନୀ ଶର୍ମିଷ୍ଠା ପଲାଇ ଆନୁଷ୍ଠାନିକ ବିବରଣୀ ପଠନ କରିଥଲେ ଏବଂ ଏହାପରେ ଅଢେଇ ଶହରୁ ଊର୍ଦ୍ଧ୍ବ କବି ଙ୍କୁ ସେମାନଙ୍କ ର ସାରସ୍ବତ ସାଧନା ପାଇଁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଆନୁଷ୍ଠାନିକ ଭାବେ କବୟିତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଏବଂ ଆନୁଷ୍ଠାନିକ ସଙ୍ଗୀତ ଗାନ କରାଯାଇଥିଲା । ଚିଲିକା ସାହିତ୍ୟ ସମାଜର ସଭାପତି କବି ଵାଜ ମୁକୁନ୍ଦ ଦାସ ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ। ଦିବସ ବ୍ୟାପୀ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସାହିତ୍ୟ ସିନ୍ଦୁରା ଓ ପରିଡ଼ା ପାଠାଗାର ର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପରିଡ଼ା, ବିଶିଷ୍ଟ ପାଲା ଗାୟକ ରାମଚନ୍ଦ୍ର କର , ଓଡ଼ିଶୀ ନ୍ରୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇ ପ୍ରମୁଖ ସାହିତ୍ୟିକ ମାନଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି by Proprietor Abhimanyu Maharana June 27, 2026 ବିରିଡିରେ ମୋରମ ପର୍ବ ପାଳିତ by Proprietor Abhimanyu Maharana June 27, 2026 ୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ by Proprietor Abhimanyu Maharana June 27, 2026 ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ by Proprietor Abhimanyu Maharana June 27, 2026 ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର by Proprietor Abhimanyu Maharana June 27, 2026 ରଥଯାତ୍ରା ପାଇଁ ପ୍ରଥମ ମକ ଡ୍ରିଲ ଅନୁଷ୍ଠିତ by Proprietor Abhimanyu Maharana June 27, 2026