ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ସୌର ବ୍ରାହ୍ମଣ ସମାଜ ର ବାର୍ଷିକ ସଭା ଇଟାମାଟି ନିକଟସ୍ଥ ପ୍ରତାପପ୍ରସାଦ ଭୈରବୀ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଅଛି । ସୌର ବ୍ରାହ୍ମଣ ସମାଜର ସଭାପତି ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ନାୟକଙ୍କର ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା ଉକ୍ତ ସଭା ରେ ରାଜ୍ୟ ଶାକଦ୍ଵୀପି ଦୈବଜ୍ଞ ବ୍ରାହ୍ମଣ ମହାସଂଘ ର କାର୍ଯ୍ୟକାରୀ ସଭାପତି ପଣ୍ଡିତ ଶ୍ରୀ ପ୍ରେମାନନ୍ଦ ସେନାପତି, ରାଜ୍ୟ ଦୈବଜ୍ଞ ମହାସଙ୍ଗର ସମ୍ପାଦକ ପଣ୍ଡିତ ଶ୍ରୀ ରମାକାନ୍ତ ମହାପାତ୍ର, ରାଜ୍ୟ ମହାସଂଘର ଲୋକସମ୍ପର୍କ ସମ୍ପାଦକ ପଣ୍ଡିତ ଶ୍ରୀ ସନ୍ତୋଷ କୁମାର ମହାପାତ୍ର,ଖୋର୍ଦ୍ଧା ଜିଲ୍ଲା ବାଣପୁରର ମଣ୍ଡଳର ସଭାପତି ତଥା ବରିଷ୍ଟ ଜୌତ୍ରିବିତ ପଣ୍ଡିତ ଶ୍ରୀ ନୃସିଂହ ଚରଣ ଆଚାର୍ଯ୍ୟ ଅତିଥି ଭାବେ ସଭାରେ ଯୋଗ ଦେଇଥିଲେ।

