Home ଓଡ଼ିଶା ସନ୍ଥ ବାହୁଡା ଦାସ ଭୋଇ ସମାଜ ବିକାଶ ପରିଷଦର ଉନ୍ନତି କଳ୍ପେ,ନୂତନ କର୍ମକର୍ତ୍ତା ନିର୍ବାଚନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ଜିଲ୍ଲା ଅନ୍ତର୍ଗତ କୁଶକଣ୍ଟା ସ୍ଥିତ ସନ୍ଥ ବାହୁଡା ଦାସ ଭୋଇ ସମାଜ ବିକାଶ ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚନ ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଅଭିମନ୍ୟୁ ଭୋଇ, ସାଧାରଣ ସଂପାଦକ ବିଜୟରାମ ଦାସ,କୋଷାଧକ୍ଷ ସୁବାଷ ଚନ୍ଦ୍ର ଭୋଇ, କୁଶବନ ସଂପାଦକ ସରୋଜ ଭୋଇ, ନିର୍ବାଚିତ ହୋଇଥିବାବେଳେ, କାର୍ଯ୍ୟକାରୀ ସଭାପତି ଭାବେ ସଞ୍ଜୟ ଭୋଇ, ନରେନ୍ଦ୍ର ଭୋଇ, ତଅପୋଇ କାଣ୍ଡି,ଉପସଭାପତି ଭାବେ କବିତା ଭୋଇ, ସୁକାନ୍ତ ଭୋଇ, ରମାକାନ୍ତ ଭୋଇ, ନିର୍ବାଚିତ ହୋଇଛନ୍ତି । ଆର୍ତ୍ତତ୍ରାଣ କାଣ୍ଡୀ, ବେଣୁଧର ଭୋଇ, ଓ ବଳରାମ ବେହେରା ପ୍ରମୁଖ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ, ମହାନ ସନ୍ଥ ବାହୁଡ଼ା ଦାସଙ୍କ ପୀଠର କିପରି ସର୍ବାଙ୍ଗୀନ ଉନ୍ନତି ହେବା ସହ ମହାପୁରୁଷ ସନ୍ଥ ବାହୁଡ଼ା ଦାସଙ୍କର ମହିମା ସମଗ୍ର ଭାରତ ବର୍ଷରେ ଯେପରି ପ୍ରଚାର ପ୍ରସାର ହୋଇ ପାରିବ ସେଥି ପ୍ରତି ଭୋଇ ସମାଜ ବିକାଶ ପରିଷଦର ନୂତନ କର୍ମକର୍ତ୍ତାମାନେ ଦଳ ବଳ ଭୁଲି ନିର୍ବିଶେଷରେ ସନ୍ଥ ବାହୁଡ଼ା ଦାସଙ୍କର ଉନ୍ନତି ଦିଗରେ ଲାଗି ପଡିବେ ବୋଲି ମତ ପ୍ରକାଶ କରିଛନ୍ତି । ଆଉ ମଧ୍ୟ ଏହି ପୀଠରେ ଭକ୍ତମାନଙ୍କ ରହିବା, ଖାଇବା, ପାଣି ପିଇବା ଲାଗି ନଳ କୂପ ଏବଂ ପାଇଖାନା ଟିଏ ନ ଥିବାରୁ ବୈଠକରେ ଦୁଃଖ ପ୍ରକାଶ ପାଇଥିଲା, ଏଣୁ ସରକାର ତଥା ନିର୍ବାଚିତ ପ୍ରତିନିଧିମାନେ ପୀଠର ଏହି ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେଇ ତୁରନ୍ତ ସହଯୋଗ କରିବା ପାଇଁ ବିଭିନ୍ନ ମହଲରୁ ଦାବୀ କରାଯାଇଅଛି । ଆଉ ମଧ୍ୟ ଏହି ପୀଠରେ ବହୁ ସମସ୍ୟା ରହିଛି। ଏଣୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ପଛ କଥା କୁ ଭୁଲି, ସମସ୍ତଙ୍କୁ ନିଜର କରିବା ସହ,ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଲେ ପୀଠର ବହୁ ଉନ୍ନତି ହୋଇ ପାରିବ ବୋଲି ସାଧାରଣରେ ଆଶାବ୍ୟକ୍ତ କରାଯାଇଅଛି । Categories: ଓଡ଼ିଶା, କଟକ, ହୋମ୍ Related Content ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ by Proprietor Abhimanyu Maharana July 30, 2026 ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ by Proprietor Abhimanyu Maharana July 30, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 30, 2026 ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana July 30, 2026 କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana July 30, 2026 ରଥଯାତ୍ରା ପାଳନ ଉପଲକ୍ଷେ ଚତୁର୍ଥ ସନ୍ଧ୍ୟାରେ ମାଁ କୁରେଇଶୁଣୀ ଭଜନ ସଙ୍ଘ ର ଭଜନ ପରିବେଷଣ by Proprietor Abhimanyu Maharana July 30, 2026