ବାଙ୍କୀ କଲେଜ ଆଲମୁନି ଆସୋସିଏସନ୍ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ବାଙ୍କୀ  (ଓଡ଼ିଶା ତାଜା ନ୍ୟୁଜ୍)  :- ଆଜି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଲମୁନି ଆସୋସିଏସନ୍ ତରଫରୁ କଲେଜର ମୁଖ୍ୟକିରାଣୀ ରମେଶ ଚନ୍ଦ୍ର ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆଲମୁନି ଆସୋସିଏସନର ବରିଷ୍ଠ ସଦସ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ବୃନ୍ଦାବନ ପ୍ରଧାନ , ଅଧ୍ୟାପକ ଯୋଗିନାଥ ମଲିକ, ଡକ୍ଟର ଶ୍ରୀକାନ୍ତ ଦାଶ, କ୍ୟାପଟେନ୍ ଗୁରୁବାରୀ ସାହୁ, ଅଧ୍ୟାପକ ଆଶିଷ କୁମାର ପାଢୀ, କୁମୁନ୍ଦରଞ୍ଜନ ମହାରଣା, ସୁବ୍ରତ କୁମାର ପୃଷ୍ଟି, ଦାସରଥି ପଟ୍ଟନାୟକ,ଅଚ୍ୟୁତ ମହାପାତ୍ର ପ୍ରମୁଖ ଯୋଗଦାନ କରି ଶ୍ରୀ ସାହୁଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ କିରାଣୀ ଶ୍ରୀ ସାହୁ ଜଣେ ବନ୍ଧୁବତ୍ସଳ, ଛାତ୍ରବତ୍ସଳ, କର୍ମଠ ଓ ସମୟାନୁବର୍ତ୍ତିତ ବ୍ୟକ୍ତି ଭାବେ ଅତିଥିମାନେ କହିଥିଲେ । ଦୀର୍ଘ ୩୫ବର୍ଷ ଚାକେରି କରିବା ଭିତରେ କଳାପଥର ଧଳାପଥର ଆଂଚଳିକ ଉଚ୍ଚବିଦ୍ୟାଳୟ ଓ ପରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖ୍ୟକିରାଣୀ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ଶ୍ରୀ ସାହୁଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି । ଶେଷରେ ବୃନ୍ଦାବନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version