ବନହରା ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୧୨ଆହତ ଓ ୫ଗିରଫ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍)  ଡମପଡା :- ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଂଚାୟତର ବନହରା ଗ୍ରାମରେ ଗତକାଲି ରାତିରେ ୨ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ ୪ବଖରା ଘର ପୋଡି ଯାଇଥିବା ବେଳେ ୧୨ଜଣ ଆହତ ହୋଇ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସ ହୋଇଥିଲେ । ଘଟଣାରୁ ଜଣାଯାଏ ଯେ କାଜୁ ନିଲାମ ଟଙ୍କାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଫଳରେ ଉଭୟ ପକ୍ଷରୁ ବିପିନି ପ୍ରଧାନ, କାହ୍ନୁଚରଣ ପରିଡା, କୃପାସିନ୍ଧୁ ନାୟକ, କାଳୀକା ପ୍ରଧାନ, ରଞ୍ଜନ ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ନନ୍ଦ ପ୍ରଧାନ, ପ୍ରସନ୍ନ ପ୍ରଧାନ, ସୁଜାତା ପ୍ରଧାନ, ଦୀପକ ପ୍ରଧାନ, ବଟକୃଷ୍ଣ ନାୟକ, ନରେନ୍ଦ୍ର ପ୍ରଧାନ ଆହତ ହୋଇ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଆଜି ଘରକୁ ଫେରିଛନ୍ତି ।

ସମସ୍ତଙ୍କ ଅବସ୍ଥା ଭଲ ଅଛି ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପ୍ରକାଶ । ଆଜି ବାଙ୍କୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ଭୂୟାଁ, ଉପଖଣ୍ଡ ପୋଲିସ୍ ଅଧିକାରୀ ବାଳକୃଷ୍ଣ କହଁର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ, ଫାଣ୍ଡି ଅଫିସର ରତ୍ନାକର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ôଚ ଥିଲେ । ବର୍ତ୍ତମାନ ପରିସ୍ଥିତି ସେଠାରେ ଶାନ୍ତ ରହିବା ସହ ନିୟନ୍ତ୍ରଣାଧିନ ଅଛି ବୋଲି ବାଙ୍କୀ ଥାନା ଅଧିକାରୀ ଶ୍ରୀ ଭୂୟାଁ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ଉଭୟ ପକ୍ଷରୁ ଥାନାରେ ୧୨୦/୨୫ ଏବଂ ୧୨୧/୨୫ ମାମଲା ରୁଜୁ ହୋଇଛି । ଉଭୟ ପକ୍ଷରୁ କାହ୍ନୁପ୍ରଧାନ (୪୧) ,ବପିନି ପ୍ରଧାନ (୬୦), ଜଗନ ପ୍ରଧାନ (୩୦) , ବାନାମ୍ବର ପ୍ରଧାନ (୪୩), କୃପାସିନ୍ଧୁ ନାୟକ (୫୬) ପୋଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି । ସେଠାରେ ପୋଲିସ୍ ମୃତୟନ ଅଛନ୍ତି ।

Exit mobile version