ଦୁଲଣାପୁର ଗ୍ରାମରେ ଶ୍ରୀରାମଚରିତ ମାନସ ପାରାୟଣ ଉଦ୍‌ଯାପିତ

ବାଙ୍କୀ  (ଓଡ଼ିଶା ତାଜା ନ୍ୟୁଜ୍)  :-  ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମସ୍ଥ ପାଲାମଣ୍ଡପ ପରିସରରେ ୨୧ତମ ବାର୍ଷିକ ଶ୍ରୀରାମଚରିତ୍ର ମାନସ ପାରାୟଣ, ଯଜ୍ଞ ଓ ପ୍ରବଚନ ଆଜି ଉଦ୍‌ଯାପିତ ହୋଇଯାଇଛି । ୮ଦିନ ବ୍ୟାପି ଶ୍ରୀରାମଚରିତ ମାନସ ଓ ଯଜ୍ଞକୁ ମହାରାଜ ଦାମୋଦର ଦାସ ଜୀଙ୍କ ନେତୃତ୍ୱରେ ସଂପାଦନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ , ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଓ ଯୁବସମାଜସେବୀ ଅବିନାଶ ପଟ୍ଟନାୟକ ଯୋଗଦାନ କରିଥିଲେ ।ପ୍ରବଚକ ଭାବେ କୈଳାସ ଚନ୍ଦ୍ର ପଣ୍ଡା, ପଦ୍ମନାଭ ସାହୁ, ସୁକଦେବ ମହାରଣା, କୃପାସିନ୍ଧୁ ମହାରାଜା ଓ ବସନ୍ତ ବିଶୋଇ ପ୍ରମୁଖ ପ୍ରବଚନ ପ୍ରଦାନ କରିଥିଲେ । ଶେଷରେ ଫଗୁଖେଳ ଓ ରାବଣପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବାଉରୀବନ୍ଧୁ ମହାପାତ୍ର, ଜମ୍ବେଶ୍ୱର ନାୟକ, ଲକ୍ଷ୍ମୀଧର ପରିଡା, ବିପିନି ବିହାରୀ ମହାପାତ୍ର, ଟୁକୁନା ନାୟକ, କିଷନ ମହାପାତ୍ର ଓ ଶିବପ୍ରସାଦ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version