Home ଓଡ଼ିଶା ଆର୍ଯ୍ୟ ସମାଜ ଆନୁକୁଲ୍ୟରେ ବିଶ୍ୱ ନବବର୍ଷ ପାଳନ ଓ ଆଧ୍ୟାତ୍ମିକ ଆଲୋଚନାଚକ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ଡମପଡ଼ା ବ୍ଳକ ଅନ୍ତର୍ଗତ ତୁଳସୀପୁର ଆର୍ଯ୍ୟ ସମାଜ ଆନୁକୁଲ୍ୟରେ ରଙ୍ଗଣିସାହିସ୍ଥ ବେଦମନ୍ଦିର ପରିସରରେ ଆଜି ବିଶ୍ୱ ତଥା ହିନ୍ଦୁ ନବବର୍ଷ ପାଳିତ ହେବା ଅବସରରେ ଯଜ୍ଞ, କବିତା ପାଠୋତ୍ସବ ଓ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଯଜ୍ଞ ବିଶାରଦ ଅଶୋକ ପଣ୍ଡାଙ୍କ ତତ୍ତ୍ୱବଧାନରେ ଦିବ୍ୟଲୋଚନ ସାହୁ ଓ ଜୟନ୍ତୀ ସାହୁ ଯଜ୍ଞରେ କର୍ତ୍ତା ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ପରେ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ଶିକ୍ଷାବିତ୍ ଭୀମସେନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲା ଆର୍ଯ୍ୟ ସମାଜର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ କବି ରବିନାରାୟଣ ମଙ୍ଗରାଜ ଯୋଗଦାନ କରି ହିନ୍ଦୁ ନବବର୍ଷ ହେଉଛି ସର୍ବପୁରାତନ ବର୍ଷ ଭାବେ ସାରା ବିଶ୍ୱରେ ପାଳନ କରାଯାଉଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପାଲାକାର ନାରାୟଣ ଶୁକ୍ଳ ଯୋଗଦାନ କରି ବେଦ, ବେଦାନ୍ତ ଓ ଉପନିଷେଦର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ସନାତନ ଧର୍ମକୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ନବବର୍ଷରେ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଶୋକ ପଣ୍ଡା ଯୋଗଦାନ କରି ବେଦ ଓ ଭାରତବର୍ଷର ପ୍ରାଚୀନ ସଭ୍ୟତା ଏବଂ ସନାତନ ଧର୍ମର ବହୁ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବାଙ୍କୀ ଆର୍ଯ୍ୟ ସମାଜର ସଭାପତି ଚନ୍ଦ୍ରମଣି ମହାପାତ୍ର ଯୋଗଦାନ କରି ଆର୍ଯ୍ୟ ସମାଜର ଦର୍ଶନ ଉପରେ ଆଲୋକପାତ କରିଥିଲେ । ନାରୀକବି ଶକୁନ୍ତଳା ମଲ୍ଲିକଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ନରୋତମ ବେହେରା, ସଂକୀର୍ତ୍ତନ ଗାୟକ ଅମୂଲ୍ୟ ଦାସ, ମୀନକେତନ ଶ୍ରୀଚନ୍ଦନ, ନମିତା ନାୟକ, ପ୍ରତୀମା ପ୍ରଧାନ, ଶ୍ରୀକୁମାର ସାହୁ, ସୋମନାଥ ସାହୁ, ସତ୍ୟଭାମା ସାହୁ, ଧନଞ୍ଜୟ ମହାପାତ୍ର, ପ୍ରଦୀପ କୁମାର ତ୍ରିପାଠୀ ପ୍ରମୁଖ ଶତାଧିକ କର୍ମୀ ସେମାନଙ୍କର ସ୍ୱରଚିତ କବିତାଗୁଡିକ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦୀପକ ସାମନ୍ତରା, ସୁଦର୍ଶନ ସାହୁ, ଅନାମ ସାହୁ, ଦିବ୍ୟଲୋଚନ ସାହୁ, ରବିନ୍ଦ୍ର ରାଉତ, ବାନାମ୍ବର ସାହୁ, ଗଙ୍ଗାଧର ବେହେରା, କୁମର ରାଉତ, ସନାତନ ସାହୁ, ସଂଯୁକ୍ତା ସାହୁ, ଗୋବିନ୍ଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଅମୂଲ୍ୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟରର କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାର ଦୁଇ ବର୍ଷ ପୂର୍ତ୍ତି ପାଳନ by Proprietor Abhimanyu Maharana July 30, 2026 Odisha AM/NS India Kho Kho High Performance Centre celebrates two years of sporting excellence by Proprietor Abhimanyu Maharana July 30, 2026 Aluminium Coal Mines Expands Assistive Support for People with Disabilities Across Jharsuguda and Sundargarh Districts by Proprietor Abhimanyu Maharana July 30, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି by Proprietor Abhimanyu Maharana July 30, 2026 ରଣପୁର ପୋଲିସର ବଡ଼ ସଫଳତା : ୫.୫ ଗ୍ରାମ ବ୍ରାଉନ ସୁଗାର ଜବତ - ସ୍ୱପ୍ନେଶ୍ୱର ବେହେରା ଗିରଫ by Proprietor Abhimanyu Maharana July 30, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ : ଶୀଘ୍ର ଚିହ୍ନଟ ଓ ପ୍ରତିରୋଧ ଉପରେ ଗୁରୁତ୍ୱାରୋପ by Proprietor Abhimanyu Maharana July 30, 2026