ବାଙ୍କୀ ଉପଖଣ୍ଡ ଗୃହନିର୍ମାଣ ସମବାୟ ସମିତି ଲିଃ.ର ସାଧାରଣ ସଭା

 
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଉପଖଣ୍ଡ ଗୃହନିର୍ମାଣ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ପ୍ରେସକ୍ଲବ ବିଦ୍ୟାରତ୍ନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମିତିର ସଭାପତି ଆଇନଜୀବୀ ସନ୍ତୋଷ କୁମାର ରଣା ସଭାପତିତ୍ୱ କରିବା ସହ ଗୃହ ନିର୍ମାଣ ସମବାୟ ସମିତିକୁ କିପରି ଲାଭ ଜନକ ସଂସ୍ଥାରେ ପରିଣତ କରାଯାଇ ପାରିବ ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ବାଙ୍କୀ କେନ୍ଦ୍ର ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ,

ନିର୍ଦ୍ଦେଶକ ସମରେନ୍ଦ୍ର ମହାପାତ୍ର, ବଲ୍ଲଭ କୁମାର ସାମଲ, ସଭ୍ୟ ଗୋପବନ୍ଧୁ ସାହୁ, ଅଜୟ ରାଉତ, ମନୋଜ କୁମାର ପୃଷ୍ଟି, ସଂଜୟ ପୃଷ୍ଟି, ଧୋବା ମଲିକ, ଶିରୋମଣି ରାଉତ ପ୍ରଭୃତି ଯୋଗଦେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ ।  ସମିତିର ସଂପାଦକ ପ୍ରଫୁଲ୍ଲ କୁମାର ଗୋଚ୍ଛି ବାର୍ଷିକ ବିବରଣୀ ପାଠ କରିବା ସହ ୨୦୨୫-୨୬ବର୍ଷର ବଜେଟ ଅନୁମୋଦନ ଏବଂ ୨୦୨୪-୨୫ ବର୍ଷର ଆୟବ୍ୟୟର ହିସାବ ସଭ୍ୟମାନଙ୍କୁ ଅବଗତ କରାଇଥିଲେ ।

ରାଜ୍ୟରେ କାର୍ଯ୍ୟକରୁଥିବା ୭୦ଟି ଗୃହନିର୍ମାଣ ସମିତି ମଧ୍ୟରେ ବାଙ୍କୀ ଗୃହନିର୍ମାଣ ସମିତି ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବିଗତ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲା । ସମିତିର ସଭ୍ୟ ସଂଖ୍ୟା କିପରି ଅଧିକ ହେବ ସେଥିପାଇଁ ସଭାରେ ଗୁରୁତ୍ୱ ଦିଆଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ କର୍ମଚାରୀ ଦଇତାରୀ ସାମଲ ସହଯୋଗ କରିଥିଲେ । ଶେଷରେ ସଭ୍ୟ ଦିଲ୍ଲୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version