Home ଓଡ଼ିଶା ରଣପୁରରେ ଭାଇଚାରା ମଧ୍ୟରେ ‘ଇଦ୍-ଉଲ୍ ଫିତର ପର୍ବ’ ଧୁମ୍ ଧାମରେ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଣପୁର (ଓଡିଶା ତାଜା ନ୍ୟୁଜ) ରଣପୁର :-> ରଣପୁର ଏନଏସି ୧୧ ନମ୍ବର ୱ।ର୍ଡ଼ ମୁସଲିମ ସାହିରେ ଆଜି ଭାଇଚାରା କୁ ବଜାୟରଖିବା ସହିତ , ଧୁମଧାମରେ ପବିତ୍ର ଇଦୁଲ ଫିତର ଉତ୍ସବ ମହା ସମାରୋହରେ ପାଳିତ ହୋଇଥିଲା । ଦୀର୍ଘ ଏକମାସ ଧରି ମୁସଲିମ ଭାଇ ଭଉଣୀ ଏବଂ ପିଲାମାନେ ରୋଜା ଉପବାସ ବ୍ରତ ରଖିଥିଲେ । ଏହା ଆଜି ସମାପନ ହୋଇଛି । ସକାଳ ୮ ଟାରେ ନୂତନ ବସ୍ତ୍ର ଧାରଣ କରିଥିବା ମୁସଲିମ ଭାଇମାନେ ନିକଟସ୍ଥ ମସଜିଦରେ ଏକତ୍ରିତ ହୋଇ ସମୁହ ନମାଜ ପାଠ କରିଥିଲେ । ନମାଜ ପାଠ ପରେ ପରେ ହିନ୍ଦୁ ଏବଂ ମୁସଲିମ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ୍ ର ଶୁଭେଛା ଜଣାଇଥିଲେ । ସାରା ବିଶ୍ୱରେ ଇଦ୍ ପର୍ବର ବିଶେଷ ମହତ୍ତ୍ୱ ରହିଛି । ସାଧାରଣତଃ ମୁସଲମାନ ଭାଈ ଭଉଣୀ ମାନେ ରମଜାନ ମାସ ଶେଷ ହେବା ପରେ ଶୱାଲଙ୍କ ପ୍ରଥମ ତାରିଖ ରେ ଇଦ୍ ପର୍ବ ପାଳନ କରିଥାନ୍ତି । ତେବେ ଆଜି ହେଉଛି ରମଜାନ ମାସର ଶେଷ ଶୱାଲଙ୍କ ପ୍ରଥମ ତାରିଖ ଯାହାକୁ ଇଦ୍ ଉଲ୍ ଫିତର୍ ଭାବରେ ପାଳନ କରୁଛି ସାରା ଦେଶ । ଏହାକୁ ଇଦ୍-ଉଲ୍-ଫିତର, ଇଦ୍-ଅଲ-ଫିତର, ମିଥୀ ଇଦ୍ କିମ୍ବା ରମଜାନ୍ ଇଦ୍ ମଧ୍ୟ କୁହାଯାଏ । ସାରା ରାଜ୍ୟର ମୁସଲମାନ ସଂପ୍ରଦାୟର ଲୋକଙ୍କ ଘରେ ଘରେ ମାର୍ଚ୍ଚ ୩୧ ରେ ତଥା ଆଜିର ଦିନରେ ଇଦ୍ ପାଳନ କରାଯାଉଛି । ଇଦ୍ କୁ ବେଶ୍ ଧୂମଧାମରେ ପାଳନ କରନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ । ଶୱାଲ ଜହ୍ନ ଦେଖିବା ପରେ ଇଦ୍ ପାଳନ କରାଯାଏ । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଏବଂ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ଅନୁସାରେ ଭାରତରେ ଇଦ ଚାନ୍ଦ ଦେଖାନଯିବାରୁ ମାର୍ଚ୍ଚ ୩୧ ତାରିଖ ଦିନ ଇଦ୍ ପାଳିବାକୁ ନିଷ୍ପତ୍ତି ନିଆଯାଇଥିଲା । ଇଦ୍-ଉଲ୍ ଫିତର ପର୍ବ ପାଇଁ ଦେଶର ସମସ୍ତ ମସଜିଦକୁ ସଜାଯାଇଥିବା । ନିଜ ନିଜର ସମ୍ପର୍କୀୟ ଙ୍କ ସହିତ ବେଶ୍ ଧୁମ୍ ଧାମରେ ଇଦ୍ ପାଳନ କରୁଥିବା ଦେଖିବାକୁ ମିଳିଛି । ଇଦ୍ ପୂର୍ବ ଦିନରୁ ମାର୍କେଟରେ ଗହଳି ଦେଖାଯାଇଥିଲା ବେଳେ ଆଜି ସାରା ଭାରତ ରେ ହିନ୍ଦୁ ମୁସଲମାନ ଭାଈ ଭାଇ ର ସମ୍ପର୍କ ବଜାୟ ରଖି ସମସ୍ତ ସରକାରୀ ଓ ବେସରକାରୀ ଦପ୍ତର ଗୁଡ଼ିକ ବନ୍ଦ ଥିବା ଦେଖିବାକୁ ମିଳିଛି । ଆୟୋଜିତ କାର୍ଯ୍ୟକ୍ରମ କୁ ମିର୍ ନାଲ୍ ମହମ୍ମଦ ପରିଚାଳନା କରିଥିଲେ । ଓ ମୌଲାନ ଜମିର୍ , ମିଲ୍ ତାଲିମ୍ ମହମ୍ମଦ, ମିଲ୍ ତହିମ୍ , ଶେଖ୍ ଇବ୍ରାହିମ୍ , ମିର୍ ଅବଦୁଲ ସିଦ୍ଧିକ, ରୋସ୍ତମ୍ ଖାଁ , ପ୍ରମୁଖ ସାହିର ସମସ୍ତ ଯୁବକ ପରିଚାଳନା ରେ ସହଯୋଗ କରିଥିଲେ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଦୁର୍ଘଟଣା ସମ୍ପର୍କରେ ବୁଝିବା ସହ ପରିବାରକୁ ଆଶ୍ଵସନା ଦେଲେ ଦଶପଲ୍ଲା ବିଧାୟକ by Proprietor Abhimanyu Maharana August 23, 2026 ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର by Proprietor Abhimanyu Maharana August 23, 2026 ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ by Proprietor Abhimanyu Maharana August 23, 2026 ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ by Proprietor Abhimanyu Maharana August 23, 2026 ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ by Proprietor Abhimanyu Maharana August 23, 2026 ବଣ୍ଡା ଘାଟିର ସୀତାକୁଣ୍ଡର ରୂପରେଖ ବଦଳିବ : ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ମାଲକାନଗିରି ଜିଲ୍ଲାପାଳ by Proprietor Abhimanyu Maharana August 23, 2026