ପୂର୍ବକୋଟ ତେଲଙ୍ଗା ବସ୍ତିରେ ପୁଲିସ ଚଢାଉବେଳେ ଦୁର୍ବୁତ ଭାଙ୍ଗିଦେଲେ କୋରାଇ ଥାନା ଅଧିକାରୀଙ୍କ ଗାଡ଼ି – ୫ପୁରୁଷ ସମେତ ୧୩ଜଣ ମହିଳା ଅଟକ ; ୫ବାଇକ ଜବତ

 କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) :-  କୋରାଇ ଥାନା ଅନ୍ତର୍ଗତ କନ୍ତୋର ପଂଚାୟତର ପୂର୍ବକୋଟ ସ୍ଥିତ ତେଲଙ୍ଗl ବସ୍ତିକୁ ପୁଲିସ ଏକ ଚୋରlଗାଡି ଜବତି କରିବାକୁ ଯାଇଥିବା ବେଳେ କିଛି ଦୁବୃର୍ତ ପୁଲିସ ଗାଡି ଉପରକୁ ଅlତର୍କିତଭାବେ ଢେଲାମାଡ କରିଥିଲେ । ଫଳରେ ପୁଲସର ଗାଡିଭାଙ୍ଗିଯାଇଥିବା ବେଳେ କେତେକ ପୁଲିସ ମଧ୍ୟ ଢେଲାରେ ମାଡରେ ଆହତ ହୋଇଛନ୍ତି । ଯାହାକୁ ନେଇ ସଂପୃକ୍ତ ଅଂଚଳରେ ପୁଲିସ ଛାଉଣୀ ହୋଇରହିଥିଲା ବେଳେ ତେଲେଙ୍ଗା ବସ୍ତି ପାଇଁ ସର୍ବଦା ସେହି ଅଂଚଳ ଆତଙ୍କିତ ଅବସ୍ଥାରେ ରହୁଛି । ଆଜିର ସ୍ଥିତ ପାଇଁ ସ୍ଥାନୀୟ ଅଂଚଳବାସୀ ଭୟମୀତ ହୋଇରହିଛନ୍ତି ।

ସୂଚନା ଯୋଗ୍ୟଯେ, କୋରାଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ କୁଆଖିଆ ଅଂଚଳରୁ ହୋଇଥିବା ଏକ ଚୋରି ବାଇକ୍ ଜବତ କରିବାକୁ କନ୍ତୋର ତେଲଙ୍ଗା ବସ୍ତିକୁ ଯାଇଥିବା ସମୟରେ ପୂର୍ବକୋଟ ହାଟ ନିକଟରେ କିଛି ଦୁର୍ବୁତ ଆତର୍କିତ ଭାବେ ପଂହଚି ଥାନାଗାଡ଼ିକୁ ଢେଲାମାଡ କରିଥିଲେ । ଏହି ସୁଯୋଗରେ ଚୋରି ଗାଡିକୁ ନେଇ ଅଭିଯୁକ୍ତ ଚମ୍ପଟ ମାରୁଥିବା ବେଳେ ଥାନା ଅଧିକାରୀଙ୍କ ସମେତ ଅନ୍ୟପୁଲସ ଘୋରିଯାଇ ତାକୁ କାବୁ କରିନେଇଥିଲା । ସଂପୃକ୍ତ ଅଭିଯୁକ୍ତକୁ ଗାଡ଼ିରେ ବସାଇ ଥାନାକୁ ଆଣିବାକୁ ଉଦ୍ୟମକରୁଥିଲା ବେଳେ ତେଲଙ୍ଗା ବସ୍ତିରୁ କେତେକ ମହିଳା ପହଂଚି ପୁଲିସ ଗାଡି ଢେଲା ପଥର ମାରିଥିଲେ ।

ଖବର ପାଇ ଘଟଣାସ୍ଥଳେ ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ପାଣିକୋଇଲି ଥାନା ଅଧିକାରୀ ରଂଜିତ ମହାନ୍ତି, କୁଆଖୁଆ ଥାନା ଅଧୂକାରୟିଣୀ ଚିନ୍ମୟୀ ସାହୁଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ପହଂଚି ପରିସ୍ଥିତିକୁ ଆୟତ କରିବା ସହିତ ୫ଜଣ ପୁରୁଷଙ୍କ ସମେତ ୧୩ଜଣ ମହିଳାଙ୍କୁ ଧରିଥିଲେ । ସେମାନଙ୍କୁ ଥାନାକୁ ଆଣି ଅଟକ ରଖୁବା ସହିତ ୫ଟି ବାଇକ ଜବତ କରି ଥାନାକୁ ଆଣିଛନ୍ତି । ପରିସ୍ଥିତ ଅଣାୟତ ଥିବାରୁ ତେଲେଙ୍ଗା ବସ୍ତି ପୁଲିସର କଢା ନଜର ରଖାଯାଇଛି । ସୂଚନାଥାଉକି କୁଆଖିଆ ଥାନା ଅନ୍ତର୍ଗତ ଆମ୍ପର ଗ୍ରାମର ନରେନ୍ଦ୍ର ରାୟଙ୍କ ଏକ ସ୍ପେଣ୍ଡର ବାଇକ୍ ଚୋରି ହେବା ନେଇ କୁଆଖୁଆ ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ କ୍ରମେ ଆଜି ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ କୌଣସି ସୂତ୍ରରୁ ଖବର ପାଇ ତେଲଙ୍ଗା ବସ୍ତିରେ ଚଢ଼ାଉ କରିଥିଲେ ।

Exit mobile version