Home ଓଡ଼ିଶା ମହାବୀର ବିଦ୍ୟାପୀଠର ହୀରକ ଜୟନ୍ତୀ ସମାରୋହ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ବ୍ଲକ ଅନ୍ତର୍ଗତ ମଧ୍ୟଶାସନ ଗ୍ରାମ ସ୍ଥିତ ମହାବୀର ବିଦ୍ୟାପୀଠ ର ହୀରକ ଜୟନ୍ତୀ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି l ସକାଳୁ ମହାବୀର ମନ୍ଦିରରୁ ଏକ ଜ୍ୟୋତି ଅଣାଯାଇ ସଭା ସ୍ଥଳ ନିକଟରେ ସ୍ଥାପନା କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଯୋଗ ଦେଇ ହୀରକ ଜୟନ୍ତୀ ପତାକାକୁ ଉତ୍ତୋଳନ କରିଥିଲେ l ତାଙ୍କ ସହ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ, ସରପଞ୍ଚ ସୁରେନ୍ଦ୍ର ଶତପଥୀ, ସମିତି ସଭ୍ୟ ସବ୍ୟସାଚୀ ଶତପଥୀ, ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁବୋଧ କୁମାର ଗଛାୟତ, ଉପସ୍ଥିତ ଥିଲେ l ସନ୍ଧ୍ୟା ଅଧିବେଶନରେ ପୂର୍ବତନ ପ୍ରଧାନ ଶିକ୍ଷକ ସୁଧାକର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅଥିତି ଭାବେ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ଯୋଗଦେଇ କହିଲେ ବିଦ୍ୟାଳୟ ହେଉଛି ଏକ ମନ୍ଦିର ଏଠାରେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ କରି ଗଢି ତୋଳାଯାଏ l କିନ୍ତୁ ବର୍ତ୍ତମାନ ବିଦ୍ୟାଳୟ ମାନଂକରେ କିରାଣୀ ଓ ପିଅନ ନଥିବାରୁ ତାଙ୍କ କାମ ଶିକ୍ଷକ ମାନଙ୍କୁ କରିବାକୁ ପଡୁଛି ଫଳରେ ଶିକ୍ଷା ଦାନ ବାଧା ପ୍ରାପ୍ତ ହେଉଛି l ମୁଁ ଏବିଷୟରେ ବିଧାନସଭାରେ ଶିକ୍ଷା ମନ୍ତ୍ରୀ ଙ୍କ ସହ ଆଲୋଚନା କରିଛି ଖାଲି ପଡ଼ିଥିବା ସ୍ଥାନ ପୁରଣ କରିବାକୁ ପଦକ୍ଷେପ ନେଇଛି l ଖୁବ ଶୀଘ୍ର ସେ କାର୍ଯ୍ୟକ୍ରମ ହେବ l ଅନ୍ୟ ମାନଙ୍କ ସହ ସଭା ସଂଚାଳନ କରିଥିଲେ ଅକ୍ଷୟ କୁମାର ବ୍ରହ୍ମl, ପ୍ରଧାନ ଶିକ୍ଷକ ଗଛାୟତ, ହୀରକ ଜୟନ୍ତୀ ସଭାପତି ଡ଼ଃ ବସୁମତୀ ଶତପଥୀ, କାର୍ଯ୍ୟକାରୀ ସଭାପତି ଡ଼. ଭାଗ୍ୟ ଧର ବେହେରା, ସମ୍ପାଦକ ବିଭୂପ୍ରସାଦ ଦାଶ, କୋଷାଧ୍ୟକ୍ଷ୍ୟ ପ୍ରତାପ ବେହେରା, ସରପଞ୍ଚ ଶ୍ରୀ ଶତପଥୀ, ଓ ସମିତି ସଭ୍ୟ ଶ୍ରୀ ଶତପଥୀ, କବି ପିତାମ୍ବର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ l 12 ଜଣ ପୁରାତନ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯିବାସହ 4 ଜଣ ଛାତ୍ର ଛାତ୍ରୀଙ୍କୁ ମେଧା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ପରେ ହୀରକ ଜୟନ୍ତୀ ର ହୀରକ ପ୍ରଭା ର ଲୋକାର୍ପଣ କରାଯାଇଥିଲା l ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026