Home ଓଡ଼ିଶା ମହାବୀର ବିଦ୍ୟାପୀଠର ହୀରକ ଜୟନ୍ତୀ ସମାରୋହ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ବ୍ଲକ ଅନ୍ତର୍ଗତ ମଧ୍ୟଶାସନ ଗ୍ରାମ ସ୍ଥିତ ମହାବୀର ବିଦ୍ୟାପୀଠ ର ହୀରକ ଜୟନ୍ତୀ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି l ସକାଳୁ ମହାବୀର ମନ୍ଦିରରୁ ଏକ ଜ୍ୟୋତି ଅଣାଯାଇ ସଭା ସ୍ଥଳ ନିକଟରେ ସ୍ଥାପନା କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଯୋଗ ଦେଇ ହୀରକ ଜୟନ୍ତୀ ପତାକାକୁ ଉତ୍ତୋଳନ କରିଥିଲେ l ତାଙ୍କ ସହ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ, ସରପଞ୍ଚ ସୁରେନ୍ଦ୍ର ଶତପଥୀ, ସମିତି ସଭ୍ୟ ସବ୍ୟସାଚୀ ଶତପଥୀ, ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁବୋଧ କୁମାର ଗଛାୟତ, ଉପସ୍ଥିତ ଥିଲେ l ସନ୍ଧ୍ୟା ଅଧିବେଶନରେ ପୂର୍ବତନ ପ୍ରଧାନ ଶିକ୍ଷକ ସୁଧାକର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅଥିତି ଭାବେ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ଯୋଗଦେଇ କହିଲେ ବିଦ୍ୟାଳୟ ହେଉଛି ଏକ ମନ୍ଦିର ଏଠାରେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ କରି ଗଢି ତୋଳାଯାଏ l କିନ୍ତୁ ବର୍ତ୍ତମାନ ବିଦ୍ୟାଳୟ ମାନଂକରେ କିରାଣୀ ଓ ପିଅନ ନଥିବାରୁ ତାଙ୍କ କାମ ଶିକ୍ଷକ ମାନଙ୍କୁ କରିବାକୁ ପଡୁଛି ଫଳରେ ଶିକ୍ଷା ଦାନ ବାଧା ପ୍ରାପ୍ତ ହେଉଛି l ମୁଁ ଏବିଷୟରେ ବିଧାନସଭାରେ ଶିକ୍ଷା ମନ୍ତ୍ରୀ ଙ୍କ ସହ ଆଲୋଚନା କରିଛି ଖାଲି ପଡ଼ିଥିବା ସ୍ଥାନ ପୁରଣ କରିବାକୁ ପଦକ୍ଷେପ ନେଇଛି l ଖୁବ ଶୀଘ୍ର ସେ କାର୍ଯ୍ୟକ୍ରମ ହେବ l ଅନ୍ୟ ମାନଙ୍କ ସହ ସଭା ସଂଚାଳନ କରିଥିଲେ ଅକ୍ଷୟ କୁମାର ବ୍ରହ୍ମl, ପ୍ରଧାନ ଶିକ୍ଷକ ଗଛାୟତ, ହୀରକ ଜୟନ୍ତୀ ସଭାପତି ଡ଼ଃ ବସୁମତୀ ଶତପଥୀ, କାର୍ଯ୍ୟକାରୀ ସଭାପତି ଡ଼. ଭାଗ୍ୟ ଧର ବେହେରା, ସମ୍ପାଦକ ବିଭୂପ୍ରସାଦ ଦାଶ, କୋଷାଧ୍ୟକ୍ଷ୍ୟ ପ୍ରତାପ ବେହେରା, ସରପଞ୍ଚ ଶ୍ରୀ ଶତପଥୀ, ଓ ସମିତି ସଭ୍ୟ ଶ୍ରୀ ଶତପଥୀ, କବି ପିତାମ୍ବର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ l 12 ଜଣ ପୁରାତନ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯିବାସହ 4 ଜଣ ଛାତ୍ର ଛାତ୍ରୀଙ୍କୁ ମେଧା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ପରେ ହୀରକ ଜୟନ୍ତୀ ର ହୀରକ ପ୍ରଭା ର ଲୋକାର୍ପଣ କରାଯାଇଥିଲା l ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026