Home ଓଡ଼ିଶା ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ କନ୍ଧମାଳ ପୋଲିସ ପ୍ରଶାସନ ର ଅଭିନଵ ପ୍ରୟାସ, – ଜନ ସମ୍ପର୍କ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନ ଅଭିଯାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜ଼ିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ଦିନକୁ ଦିନ ବ୍ୟାପକ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ହେଉଥିବାରୁ ଜ଼ିଲ୍ଲା ରେ ସାମାଜିକ ଅଶାନ୍ତି ଅପରାଧ ବୃଦ୍ଧି ପାଉଛି l ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି l ଚାଷୀ ଙ୍କୁ ଗଞ୍ଜେଇ ବେଆଇନ ଚାଷରୁ ନିବୃତ ରହି ଲାଭବାନ ଷ୍ଟବେରି, ଡ୍ରାଗନ ଫ୍ଲୁଡ଼, ମାଣ୍ଡିଆ ଚାଷ ମାଛ ଚାଷ ଗୋପାଳନ ରେ ମନନିବେଶ କରିବାପାଇଁ କନ୍ଧମାଳ ପୋଲିସ ପ୍ରଶାସନ ପକ୍ଷରୁ ଗୋଛାପଡା ଥାନା ଅନ୍ତର୍ଗତ ସାଲାଗୁଡା ପଂଚାୟତ କୁମ୍ଭାରୀ ଖୋଲ ଗାଁ ରେ ଜନ ସମ୍ପର୍କ ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏସ. ପି ହରିଶବିଶି ସମ୍ମାନିତ ଅତିଥି ଭାବେ ଫୁଲବାଣୀ ସଦର ଏସ. ଡ଼ି. ପି. ଓ ଶୁଭ୍ରଜିତ ବିଶ୍ଵାଳ , ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥିବୀ ରାଜ ମହାନନ୍ଦ, ପୂର୍ବତନ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଗୋଛାପଡା ଥାନା ଅଧିକାରୀ ଚିରଞ୍ଜିବି ବେହେରା, ବନପାଳ ଦିଲ୍ଲୀପ କୁମାର ବିଶ୍ୱାଳ , ବି. ଏସ. ଏଫ ଅଧିକାରୀ ଏଲ.ଟୁ.ବେଲ ସାର, ପ୍ରମୋଦ ସାର, ପୂର୍ବତନ ସରପଞ୍ଚ ବ୍ରିଷ୍ଣୁ ଚରଣ ମଳିକ କଂଗ୍ରେସ ନେତା ଘନ ଶବର ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ରହି ସରକାର ଙ୍କ ତରଫରୁ ଚାଷୀ ଙ୍କୁ ମିଳୁଥିବା ସହାୟତା ଉପରେ ଆଲୋକପାତ କରିଥିଲେ l ପୋଲିସ ପ୍ରଶାସନ ପକ୍ଷରୁ ଯୁବକ ସଂଘଙ୍କୁ ଫୁଟବଲ, ଭଲିବଲ, ଜର୍ସି ଏବଂ ମହିଳା ମାନଙ୍କୁ ଶୀତ ବସ୍ତ୍ର ଛତା ଜୋତା, ପିଲାଙ୍କୁ ଖେଳ ଉପକରଣ, ପାଠ୍ୟ ପୁସ୍ତକ ବହି ଖାତା ଆଦି ବଣ୍ଟନ କରାଯାଇ ଥିଲା l ବରିଷ୍ଠ ନାଟ୍ୟକାର ତଥା ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ଙ୍କ ରଚିତ ଓ ନିର୍ଦ୍ଦେଶିତ ପଥପ୍ରାନ୍ତ ନାଟକ ” ନୀଳ ଜହର ” ଯୁବନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳାବିକାଶ କେନ୍ଦ୍ର ର କଳାକାର ମାନଙ୍କ ଦ୍ୱାରା ନାଟକ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୁବଗୋଷ୍ଠୀ,ଛାତ୍ରଛାତ୍ରୀ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026 ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ by Proprietor Abhimanyu Maharana September 28, 2026 ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026