ରଣପୁର ବାର୍ ଆସୋସିଏସନ୍ ନିର୍ବାଚନରେ : ର୍ବାଚିତ ଶତୃଘ୍ନ ପାଇକରାୟ ସଭାପତି ନିଯୁକ୍ତ

ରଣପୁର  (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର  :-> ସମଗ୍ର ରାଜ୍ୟରେ ଏକା ସାଙ୍ଗରେ ସମସ୍ତ ବାର ଆସୋସିଏସନରେ ନିର୍ବାଚନ ହୋଇ ଆସୁଥିବା ବେଳେ ରଣପୁର ବାର୍ ଆସୋସିଏସନ୍‌ରେ ମଧ୍ଯ ଶନିବାର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଗିରିଜା ଶଙ୍କର ସାମନ୍ତରାୟଙ୍କ ଦ୍ଵାରା ଅନୁଷ୍ଠିତ ଏହି ନିର୍ବାଚନ ଫଳାଫଳ ଘୋଷିତ ହୋଇଯାଇଥିବା ଜଣାଯାଇଛି। ଶତ୍ରୁଘନ ପାଇକରାୟ ଏକମାତ୍ର ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ପଦରେ ସତ୍ୟରଞ୍ଜନ ମତ୍ତା ବ୍ୟତୀତ ଉପସଭାପତି ପ୍ରେମନାଥ ମହାପାତ୍ର,

ଜଏଣ୍ଟ ସେକ୍ରେଟାରୀ ନରେନ୍ଦ୍ର କୁମାର ପ୍ରଧାନ, ଆସିଷ୍ଟାଣ୍ଟ ସେକ୍ରେଟାରୀ ସୁକୁମାର ଗୌରବ , ଟ୍ରେଜେରର ସୁଶାନ୍ତ କୁମାର ଦାସ ଓ ଲାଇବ୍ରେରିଆନ୍ ସ୍ୱଦେଶ ରଞ୍ଜନ ସେନାପତି ଆଦି ନିର୍ଦ୍ଦନ୍ଦ୍ବରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି। ସଭାପତି ଶତୃଘ୍ନ ପାଇକରାୟ ପୂର୍ବରୁ ସମ୍ପାଦକ ଦାୟିତ୍ଵ ତୁଲାଇଥିବା ବେଳେ , ସମ୍ପାଦକ ସତ୍ୟ ରଞ୍ଜନ ମତ୍ତା ମଧ୍ୟ ଲଗାତର ଭାବେ ବହୁବାର ଏହି ଆସୋସିଏସନ୍‌ର ସମ୍ପାଦକ ଦାୟିତ୍ଵ ତୁଲାଇ ଆସୁଥିବା ଜଣାଯାଇଛି ।

ରଣପୁର କୋର୍ଟ ପରିସର ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ବାର୍ ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ମୋଟ ୭୭ଜଣ ଆଇନଜୀବୀ ମତଦାନ କରିଥିଲେ। ସଭାପତିଙ୍କୁ ୪୧ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରତିଦ୍ଵନ୍ଦୀ ଦିଲ୍ଲୀପ କୁମାର ନନ୍ଦଙ୍କୁ ୩୬ ଖଣ୍ଡ ଭୋଟ ମିଳିଥିଲା ତେବେ ମୋଟ ୫ ଖଣ୍ଡ ଭୋଟ ଅନ୍ତରରେ ପ୍ରତିଦ୍ବନ୍ଦୀ ହାରିଥିବା ଜଣାଯାଇଛି ।

Exit mobile version