୨୫ ଭୂମିହୀନ ପରିବାର, ୩୧ ବିଦ୍ୟାଳୟକୁ ଜମିପଟ୍ଟା ବଣ୍ଟନ କଲେ ଭୁବନେଶ୍ବର ସାଂସଦ

ଭୁବନେଶ୍ବର  (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ବର ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିଅନ୍ତା ତହସିଲ ଅଧୀନ ବିଭିନ୍ନ ପଞ୍ଚାୟତର ୨୫ ଭୂମିହୀନ ପରିବାର ଏବଂ ୩୧ ଟି ବିଦ୍ୟାଳୟକୁ ପଟ୍ଟା ବଣ୍ଟନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ l ସେଥିମଧ୍ୟରେ ୨୫ ଟି ପ୍ରାଥମିକ ଏବଂ ଅନ୍ୟ ୬ଗୋଟି ଉଚ୍ଚ ବିଦ୍ୟାଳୟ ରହିଛି l ଦୀର୍ଘ ବର୍ଷରୁ ଏହି ପରିବାର ଜମି ପଟ୍ଟାରୁ ବଞ୍ଚିତ ଥିଲେ । ସମସ୍ତେ ସରକାରୀ ଜମିରେ ରହୁଥିଲେ ମଧ୍ୟ କାହା ନିକଟରେ ଜମିର ମାଲିକାନା ନେଇ ପଟ୍ଟା ନଥିଲା ।

ଜମି ପଟ୍ଟା ଖଣ୍ଡିଏ ପାଇଁ ଏହି ଭୂମିହୀନ ପରିବାର ଗୁଡ଼ିକ ଭୁବନେଶ୍ବର ସାଂସଦଙ୍କୁ ବିଭିନ୍ନ ସମୟରେ ସାକ୍ଷାତ କରି ଗୁହାରି କରି ଆସୁଥିଲେ । ଭୁବନେଶ୍ବର ସାଂସଦଙ୍କ ଉଦ୍ୟମ ସକାଶେ ଆଜି ସେମାନଙ୍କର ବର୍ଷ ବର୍ଷର ସ୍ବପ୍ନକୁ ପୂରଣ ହୋଇଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବାଲିଅନ୍ତା ତହସିଲଦାରଙ୍କ ଉପସ୍ଥିତିରେ ବାଲିଅନ୍ତା ତହସିଲଦାରଙ୍କ କାର୍ଯ୍ୟାଳୟରେ ଏହି ପଟ୍ଟାବଣ୍ଟନ କାର୍ଯ୍ୟ ହୋଇଯାଇଛି ।

ଜମି ପଟ୍ଟା ପାଇବା ପରେ ସମସ୍ତେ ଖୁସି ପ୍ରଶ କରିଛନ୍ତି । ବହୁ ପୁରୁଣା ସ୍କୁଲ ଗୁଡିକ ନିକଟରେ ନିଜ ଜମି ପଟ୍ଟା ନଥିବାରୁ ବିଭିନ୍ନ ସରକାରୀ ଉନ୍ନତିକରଣ ଯୋଜନାରେ ଏଗୁଡିକ ସୁଫଳ ପାଇବାକୁ ବଂଚିତ ରହୁଥିଲେ । ଜମି ପଟ୍ଟା ମିଳିବା ପରେ ବାଲିଅନ୍ତା ଅଂଚଳର ଅନେକ ବୁଦ୍ଧିଜୀବୀ ଭୁବନେଶ୍ବର ସାଂସଦଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବାଲିଅନ୍ତା ତହସିଲଦାର ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ନିର୍ବାଚନମଣ୍ଡଳୀ ସାଂସଦ ପ୍ରତିନିଧି ଚୌଧୁରୀ ଦ୍ୱରିକା ନାଥ ଦାଶ, ତହସିଲଦାର ବିମଳ କୁମାର ଲେଙ୍କା, ଶିକ୍ଷା ଅଧିକାରୀ ପ୍ରଜ୍ଞା ପରମିତା ଜେନା, ପ୍ରଦୀପ୍ତ ମହାନ୍ତି, ଶିବ ମଲ୍ଲିକ ଏବଂ ମଣ୍ଡଳ ସଭାପତି ବିଜୟ ମହାରଣାଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

Exit mobile version