Home ଓଡ଼ିଶା ଏମିତି ଚାଲିଛି କି ବନ୍ୟପ୍ରାଣୀ ସୁରକ୍ଷା ?? : ଆହତ ହରିଣ ଏବେ ଜୀବିତ ନା ମୃତ – ନିରପେକ୍ଷ ତଦନ୍ତ ଦାବି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- ହିଞ୍ଜିଳିକାଟୁ ବନ ବିଭାଗ ନନ୍ଦିକ ବିଟ୍ ଅଧୀନ ସାହାପୁର ଗ୍ରାମ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ହରିଣ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲା । ଘଟଣା ପରେ ଗୁରୁତର ଥିବା ହରିଣର ଚିକିତ୍ସା ବ୍ୟବସ୍ଥା କରିଥିବା ପଶୁ ଚିକିତ୍ସକଙ୍କ ମତ, ବନପାଳ ଓ ବନରକ୍ଷୀଙ୍କ ଭିନ୍ନ ମତ ଓ ମନ୍ତବ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥିଲା । ଏଣୁ ଆହତ ହରିଣର ସ୍ଥିତି କଣ ରହିଛି ସେ ନେଇ ଅନୁସନ୍ଧାନ କରା ଯାଇଥିଲା। ଅନୁସନ୍ଧାନ ବେଳେ ଗତ ୧୭ ତାରିଖ ସୋମବାର ସନ୍ଧ୍ୟା ସମୟରେ ହରିଣଟି ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସେତେବେଳେ ବିକାଶ ନାହାକ ଓ ସଂଗ୍ରାମ ଦାସ ଦୁର୍ଘଟଣା ବିଷୟରେ ହିଞ୍ଜିଳିକାଟୁ ବନପାଳ ଘରମଣୀ ପାଣିଗ୍ରାହିଙ୍କୁ ସୁଚନା ଦେଇଥିଲେ । ପରେ କର୍ମଚାରୀ ମାନେ ଆହତ ହରିଣର ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ପଶୁ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ସହକାରୀ ପଶୁ ଚିକିତ୍ସକ ଡାକ୍ତର ସିଦ୍ଧାନ୍ତ କୁମାର ସେଠ୍ ଆହତ ହରିଣର ଚିକିତ୍ସା ବ୍ୟବସ୍ଥା କରିଥିଲେ । ପରେ ଅସୁସ୍ଥ ଥିବା ହରିଣକୁ ବନପାଳଙ୍କ ଆବାସିକ କାର୍ଯ୍ୟାଳୟ ଓ ପରେ ବୁଗୁଡ଼ା ପଲ୍ଲୀ ଚାରା ଉତ୍ପାଦନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ବୋଲି ବନରକ୍ଷୀ ମିତାରାଣୀ ବିଶ୍ୱାସରାୟ ସୁଚନା ଦେଇଥିଲେ। ଏହା ପରେ ଗତ ୨୭ ତାରିଖ ଗୁରୁବାର ଆହତ ହରିଣର ସ୍ଥିତି ସମ୍ପର୍କରେ ବନରକ୍ଷୀଙ୍କ ସହ ଆଲୋଚନା ହୋଇଥିଲା । ସେତେବେଳେ ସେ କହିଥିଲେ ଯେ ହରିଣଟି ସୁସ୍ଥ ହେବା ପରେ ଆମ ପିଲାମାନେ ତାକୁ ନେଇ ସାହାପୁର ହରିଣ ବିଚରଣ ସ୍ଥଳରେ ଛାଡ଼ି ଦେଇ ଆସିଛନ୍ତି । କିନ୍ତୁ ଆହତ ହରିଣକୁ ଚିକିତ୍ସା କରିଥିବା ପଶୁ ଚିକିତ୍ସକ ହରିଣର ମେରୁଦଣ୍ଡରେ ଆଘାତ ଲାଗି ପଛ ପଟ ଗୋଡ଼ ଦୁଇଟି ଅଚଳ ଅବସ୍ଥାରେ ଥିବା ସୁଚନା ଦେଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବା ସେ ଆଶଙ୍କା ପ୍ରକାଶ କରିଥିଲେ । ଏଭଳି ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ଅସୁସ୍ଥ ହରିଣକୁ କେଉଁ କାରଣରୁ ଓ କାହା ନିର୍ଦ୍ଦେଶରେ ବନରକ୍ଷୀ ଜଣକ ସୁସ୍ଥ ବୋଲି ଦର୍ଶାଇ ଚାରା ଉତ୍ପାଦନ କେନ୍ଦ୍ରରୁ ସାହାପୁର ହରିଣ ବିଚରଣ ସ୍ଥଳରେ ଛାଡିଲେ ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ହରିଣଟି ଏବେ ଜୀବିତ ଅଛି ନା କୁକୁର,ହେଟା କିମ୍ୱା ଶିକାରୀଙ୍କ ଶିକାର ହୋଇଛି ତାହା ମଧ୍ଯ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ଅସୁସ୍ଥ ହରିଣର ମୃତ୍ୟୁ ହୋଇଥାଇ ପାରେ ବୋଲି ସାଧାରଣରେ ଆଶଙ୍କା ଦୃଢୀଭୂତ ହୋଇଛି , ତେବେ ଏଥିପାଇଁ ବିଭାଗ ପକ୍ଷରୁ ଉଦ୍ୟମ ହୋଇ ନ ଥିବା ଅନୁସନ୍ଧାନ ବେଳେ ପଶୁ ଚିକିତ୍ସାଳୟ ସୂତ୍ରରୁ ଜଣାପଡ଼ିଛି । ଏହି ସମ୍ବେଦନଶୀଳ ଘଟଣାର ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ ସକାଶେ ସଚେତନ ମହଲରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ )ଭୁବନେଶ୍ୱରଙ୍କ ଦୃଷ୍ଟି ଆକର୍ଷଣ କରଯାଇଛି । ଏ ନେଇ ହିଞ୍ଜିଳିକାଟୁ ବନ ବିଭାଗୀୟ ବନପାଳ ଘରମଣି ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କୁହନ୍ତି, ବର୍ତ୍ତମାନ ସମୟରେ ତୃଷାର୍ତ୍ତ ହରିଣ ଗୁଡିକ ପାଣି ପିଇବା ପାଇଁ ରାସ୍ତା ଉପରେ ଯାତାୟାତ କରୁଥିବା ବେଳେ ଦୂର୍ଘଟଣାର ଶୀକାର ହେଉଛନ୍ତି । କେତେବେଳେ କେଉଁଠାରେ କେତେ ହରିଣ ଦୂର୍ଘଟଣାର ଶୀକାର ହେଉଛନ୍ତି, ସମସ୍ତ ଖବର ରଖିବା ସମ୍ଭବପର ନୁହେଁ । ବନପାଳଙ୍କ ଏଭଳି ଖାମଖିଆଲ ମନ୍ତବ୍ୟ ତାଙ୍କ ଦାୟିତ୍ୱହୀନତାକୁ ସୂଚାଉଛି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026 ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଅପରପକ୍ଷ ତର୍ପଣ ଆରମ୍ଭ by Proprietor Abhimanyu Maharana September 28, 2026 ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଛି : ପ୍ରତିକାର ଶୂନ by Proprietor Abhimanyu Maharana September 28, 2026 ପୁରୀ ରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ : କୃତି ପ୍ରତିଯୋଗୀ ପୁରସ୍କୃତ by Proprietor Abhimanyu Maharana September 28, 2026 ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ by Proprietor Abhimanyu Maharana September 28, 2026 ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ by Proprietor Abhimanyu Maharana September 28, 2026