ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଡା.ଏନ୍ . ତିରୁମାଲା ନାୟକ ଶନିବାର ସହର ପରିକଳ୍ପନା ଯୋଜନାର (ଟିପି ସ୍କିମ) ସମୀକ୍ଷା କରିଛନ୍ତି । ଏହି ବୈଠକରେ (ଟିପି ସ୍କିମ) ଯୋଜନା ନଂ ୧, ୨, ୩ ଓ ୪ର ୯ଟି ଗାଁ ପାଇକରାପୁର, ସିଜିପୁଟ, ନାରାଗୋଡା, ସାହାଜପୁର, ତମାଣ୍ଡୋ, ବିଜିପୁର,ପାଇକରାପୁର, ନୂଆଗାଁ ଓ ଶ୍ୟାମସୁନ୍ଦରପୁରରେ ଭିତ୍ତିଭୂମି କାମର ଅଗ୍ରଗତି ସମୀକ୍ଷା କରିଥିଲେ । ଏଥିରେ ବିଡିଏ ୬୦ କିଲୋମିଟର ଗମନାଗମନ ରାସ୍ତା ଓ ୬୪.୯ କିଲୋମିଟର ଡ୍ରେନେଜ କାମ ଶେଷ କରିବା ସହ ୨୯ଟି କଲଭର୍ଟ ତିଆରି ଓ ୪ କିଲୋମିଟର ରାସ୍ତାରେ ପିଚୁ କାମ ହୋଇଥିବା ନେଇ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା ।
