Home ଓଡ଼ିଶା ବନ୍ଦେ ଉତ୍କଳ ମହାସଂଘର ରାଜ୍ୟସ୍ତରୀୟ କଳାକାର କର୍ମୀ ସମ୍ମିଳନୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବନ୍ଦେ ଉତ୍କଳ ମହାସଂଘର ରାଜ୍ୟସ୍ତରୀୟ କଳାକାର କର୍ମୀ ସମ୍ମିଳନୀ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ସ୍ଥିତ ବୁଲେନ ଭାଇ ସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ, ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅଶୋକ କୁମାର ରାୟ, ମୁଖ୍ୟ ବକ୍ତା ଭାବେ ଡକ୍ଟର ଲଡୁ କିଶୋର ପଢ଼ିଆରୀ, ସଂପାଦକ ଵିନୋଦ କୁମାର ଭୋଇ,ସ୍ୱତନ୍ତ୍ର ସଂପାଦକ ଅଶୋକ କୁମାର ନାଏକଙ୍କ ସମେତ ମହାସଂଘର ଦକ୍ଷିଣାଞ୍ଚଳ ପ୍ରଭାରୀ ଧନୁର୍ଜୟ ହଁତାଳ, ଉପସଭାପତି ବିବେକା ନନ୍ଦ ବେଉରା, ମଣ୍ଡଳ ନିର୍ଦେଶକ ଚନ୍ଦ୍ରଶେଖର ସାମଲ , ଉପସଭାପତି ପ୍ରସନ ପାତ୍ର, ଦକ୍ଷିଣାଞ୍ଚଳ ପ୍ରଭାରୀ ଧନୁର୍ଜୟ ହନ୍ତାଳ , କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ବେହେରା,ପରିଚାଳନା ସଂପାଦକ ମନୋରଞ୍ଜନ ପାତ୍ର, ପ୍ରମୁଖ ଯୋଗ ଦେଇ ମହାସଂଘର ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ସବିଶେଷ ଆଲୋଚନା କରାଯିବା ସହ ପୁରୀରେ ହେବାକୁ ଥିବା କଳାକାର ମହାକୁମ୍ଭ ପାଇଁ ଏକ ଲକ୍ଷ କଳାକାରଙ୍କୁ ପଞ୍ଜୀକୃତ କରିବା ସଙ୍ଗେ ସମସ୍ତଙ୍କର ଦୁର୍ଘଟଣା ବୀମା ବାଧ୍ୟତା ମୂଳକ ହେବ, ପ୍ରତିମାସରେ ବିଭିନ୍ନ ସ୍ଥାନରେ କର୍ମଶାଳା ଓ ବୈଠକ କରାଯାଇ ରାଜ୍ୟରେ ଥିବା କଳାକାରଙ୍କର ବିଭିନ୍ନ ସମସ୍ୟା ଉପରେ ପର୍ଯ୍ୟାଲୋଚନା କରାଯିବ, ପରବର୍ତ୍ତୀ ସମୟରେ ସମସ୍ୟାର ଆସୁସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ମହାସଂଘ ପ୍ରତିଶ୍ରୁତିବଦ୍ଧ, ଯେଉଁମାନେ କର୍ମଶାଳାରେ ନିଜ ନିଜ ମତ ଉପସ୍ଥାପିତ କରିଥିଲେ ସେମାନେ ହେଲେ ଯାଜପୁର ତଥା ପୂର୍ବାଞ୍ଚଳ ପ୍ରଭାରୀ ମିତାଞ୍ଜଳି ବେହୁରା, ନୀଳମଣି ପାତ୍ର, ଜିଲ୍ଲା ସଭାପତି ସୁଧାକର ଭୋଇ, ପୁଷ୍ପଲତା ପାତ୍ର, ଗୋପାଳ ପଧାନ, ସଂସ୍କୃତି ସମ୍ପାଦିକା, କ୍ଷଣପ୍ରଭା ମହାନ୍ତି, ଦେବେନ୍ଦ୍ର ସେନାପତି, ରଶ୍ମି ସାମଲ, ଚନ୍ଦ୍ରକାନ୍ତି ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ, ଶେଷରେ କାର୍ଯ୍ୟକାରୀ ସଭାପତି ବିଧୁଭୂଷଣ ନାୟକ, ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ କଳାକାର ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । Categories: ଓଡ଼ିଶା, କଟକ, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026