Home ଗଜପତି ଗଜପତି ଜିଲ୍ଲା ଗୁମ୍ମା ସରକାରୀ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷୀକ ଉତ୍ସବ ଉଦଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି।ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଆଣିଛନ୍ତି ପିଏମଶ୍ରୀ ଯୋଜନା।ଏହି ଯୋଜନାର ମୁଳ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟର ଆନୁସାଙ୍ଗିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଠାରେ ଥିବା ଲୁକାୟତ ପ୍ରତିଭାକୁ ଲୋକଲୋଚନ ଆଣିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା।ତେବେ ଏହି ଯୋଜନାରେ ସ୍ଥାନ ପାଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମାର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଢ଼ୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ପିଏମଶ୍ରୀ ବାର୍ଷିକ କ୍ରୀଡା ଉତ୍ସବ ତିନିଦିନ ଧରି ଚାଲିଥିବା ବେଳେ ଶନିବାର ଏହାର ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀ ଭାବେ ଗୁମ୍ମା ବିଡ଼ିଓ ଦେଲାରାମ ମାରାଣ୍ଡି,ବିଈଓ ନୟନ ରଞ୍ଜନ ମଣ୍ଡଳ,ଅଧ୍ୟକ୍ଷା ସୁନେମି ମଣ୍ଡଳ,ସରପଞ୍ଚ ପିତମଣି ରଈତ,ସମିତି ସଭ୍ୟା ସିଗ୍ଧରାଣୀ ପାଣି,ଏସଏମସି ଅଧ୍ୟକ୍ଷ ମିହିରଲାଲ ପାଣି ଓ ଏବିଓ ବାବାଜୀ ପ୍ରଧାନ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ କନିଷ୍ଠ,ମଧ୍ୟବିତ୍ତ ଓ ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।କାର୍ଯ୍ୟକ୍ରମକୁ ବିଦ୍ୟାଳୟର କେ ଆନନ୍ଦ କୁମାର,ବାସୁଦେବ ରେଡ଼ି,ମନୋଜ ପଟନାୟକ,ବିଗ୍ନରାଜ ମଲିକ,ଜି ଲିଙ୍ଗରାଜୁ,ମିସାଏଲ ଗମାଙ୍ଗ,ଜିତେନ୍ଦ୍ର କୁମାର ପାଣି,ସୁଜୋତା ପରିଡ଼ା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ। Categories: ଗଜପତି, ହୋମ୍ Related Content ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026