ଜଙ୍କିଆ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଜଙ୍କିଆ  (ଓଡ଼ିଶା ତାଜା ନ୍ୟୁଜ୍)  ଖୋର୍ଦ୍ଧା ଜିଲ୍ଲା  :- ଜଙ୍କିଆ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶୁଶାନ୍ତ କୁମାର ବେହେରା।ଶୁଶାନ୍ତ କୁମାର ବେହେରା ପୂର୍ବରୁ ଟାଙ୍ଗୀ ଥାନାରେ ଦାୟିତ୍ଵ ନିର୍ବାହ କରୁଥିଲେ।ଶୁଶାନ୍ତ ଟାଗିଂ ଥାନାରେ ରହି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଦୃଷ୍ଟି ଦେଉଥିଲେ ଏବଂ ଭଲ ଅଫିସର ଭାବେ ଦାୟିତ୍ଵ ତୁଲାଇଥିଲେ।ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଏକ ଗୁରୁତ୍ୱପୂର୍ଣ୍ଣ ଥାନା।ନୂତନ ଥାନା ଅଧିକାରୀ ଭାବରେ ଶୁଶାନ୍ତ କୁମାର ବେହେରା ଦାୟିତ୍ବ

ଗ୍ରହଣ କରିବା ପରେ ଜଙ୍କିଆ ଥାନା ଅଂଚଳର ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସେବା କରିବା ପାଇଁ ଯୋଜନା ରଖିଛନ୍ତି।ଜଙ୍କିଆ ଅଂଚଳରେ ଚାଲିଥିବା ଚୋରା ଖଣିଖାଦାନ କାରବାର,ନିଶାଦ୍ରବ୍ୟ ଚୋରାଚାଲାଣ,ଗୋରୁ ଚୋରାଚାଲାଣ ଇତ୍ୟାଦି କୁ କେମିତି ବନ୍ଦ ହେବ ଅଂଚଳରେ କେମିତି ଭାଇ ଚାରାର ଭାବ ଦୃଢ ସେଥିପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ଲୋଡି କାମ କରିବେ ବୋଲି ସୂଚନା ଦେଇଛନ୍ତି।

Exit mobile version