ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ବହୁ ବର୍ଷ ଧରି ରାଜ୍ୟରେ ପ୍ରସିଦ୍ଧ ଲାଭ କରିଥିବା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ମିଳନ ସ୍ଥଳି ବାଲିପାଟଣା ବ୍ଲକ ସୀମାନ୍ତ ଛିଟିକିଣି ଗ୍ରାମର ବନବିହାରୀ ପୀଠରେ ଦୀର୍ଘ ବର୍ଷର ପ୍ରାଚୀନତମ ପ୍ରକୃତି ପୂଜାର ପରମ୍ପରାର ଆସ୍ଥା ଓ ବିଶ୍ୱାସର ପ୍ରତୀକ ମାଇପି ମେଳାରେ ଲକ୍ଷାଧିକ ମହିଳା ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଯେଉଁଠି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହିଳାମାନେ ମା , ବନବିହାରୀ ପୀଠକୁ ଆସି ମା, ବନବିହାରୀଙ୍କୁ ଦର୍ଶନ କରିବା ସହ ଅଧିଆ ପଡି,ସେମାନଙ୍କ ମନସ୍କାମନା ପୂରଣ କରିଥାଆନ୍ତି, ରାଜ୍ୟର ଏହି ବୃକ୍ଷ ପୂଜା ତଥା ପ୍ରକୃତି ପୂଜା ଏକ ଅନନ୍ୟ ପରମ୍ପରାର ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ।

