ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲାରେ ତଥା ସାରା ରାଜ୍ୟରେ ଦିନକୁ ଦିନ ଛାତ୍ରୀ ନାରୀ ନିର୍ଯ୍ୟାତନା ଗଣ ଦୁଷ୍କର୍ମ ବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଛାତ୍ରୀ ମହିଳା ମାନେ ଉପଯୁକ୍ତ ନ୍ୟାୟ ପାଇପାରୁ ନାହାନ୍ତି ।ସୂଚନା ଯୋଗ୍ୟ ଟିକାବାଲି ଅଞ୍ଚଳ କଲେଜ ପଢୁଆ ଛାତ୍ରୀ ଙ୍କୁ ଦୃର୍ବୁତ୍ତ ମାନେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଗାଜଲ ବାଡି କେଟାମଣି ଜଙ୍ଗଲ ମଧ୍ୟକୁ ନେଇ ଯେଁଉ ଭଳି ଅମାନୁଷିକ ଭାବରେ ଗଣ ଦୁଷ୍କର୍ମ କରି ପେଟ୍ରୋଲ ପକାଇ ପୋଡ଼ି ନିର୍ମମ ହତ୍ୟା କରିବା ସଦ୍ୟ ଘଟଣା ଘଟିଯାଇଛି ହେଲେ ପୀଡ଼ିତା ଙ୍କର ପରିବାର ଙ୍କୁ ଉଚିତ୍ ନ୍ୟାୟ ମିଳନାହିଁ । ଟିକାବାଲି ନାବାଳିକା ଛାତ୍ରୀ ନିଖୋଜ ଘଟଣା ସମ୍ପର୍କରେ ଟିକାବାଲି ଥାନା ପୋଲିସ୍ ତଦନ୍ତ କରିନାହିଁ ।

