ଚତୁର୍ଥ ସନ୍ଧ୍ୟାରେ ହଙ୍ଗାମା କଲା ପଲ୍ଲିଶ୍ରୀ ମେଳା – ନୟାଗଡ଼

ନୟାଗଡ଼ (ଓଡିଶା ତାଜା ନିଉଜ୍) 27.12.2019 ନୟାଗଡ଼ :- ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଆଜି ଚତୁର୍ଥ ଦିବସ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ । ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥିୀ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଜିଲ୍ଲା ଗଠନ ହେବାର ସ୍ମୃତିକୁ ମନେ ପକାଇବା ସହ ସ୍ୱର୍ଗତ ଭାଗବତ ବେହେରାଙ୍କ ଉଦ୍ୟମ ଏବ ବିଜୁ ବାବୁଙ୍କ ସାମ୍ନାରେ ସତ୍ସାହାସ ଦେଖାଇ ଜିଲ୍ଲା ଗଠନ ପାଇଁ କରିଥିବା ଦାବି ଉପସ୍ଥାପନକୁ ସାଧୁବାଦ ଜଣାଇଥିଲେ । ଆଜିର ସଭାରେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ସଂଯୋଜନା କରିଥିଲେ । ଆଜିର ସଂନ୍ଧ୍ୟାରେ ସର୍ବ ପ୍ରଥମେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ନୟାଗଡ଼ ଇନ୍ସ୍ପାୟାର ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନୟାଗଡ଼ ବନ୍ଦନା ପରିବେଷଣ କରାଯାଇଥିଲା । ବାରିପଦାର ଛଉ ନୃତ୍ୟ, ବରଗଡ଼ର ପଂଚରସୀ ଡାଲଖାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଚତୁର୍ଥ ସଂନ୍ଧ୍ୟାରେ ମହୋତ୍ସବରେ ପ୍ରବଳ ଜନସାମାଗମ ହୋଇଥିବା ଜଣାପଡ଼ିଛି (ଓଡିଶା ତାଜା ନିଉଜ୍) ନୟାଗଡ଼ ରିପୋର୍ଟ – ସୋନାଲି

Exit mobile version