ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ହେବ। ଏହି ଅବସରରେ ବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଜ଼ିଲ୍ଲା ସାରା ଅନୁଷ୍ଠିତ ହେବ।ଚଳିତ ବର୍ଷର ସ୍ଲୋଗନ ହେଲା ସମବାୟ କ୍ଷେତ୍ରରେ ନାରୀ ସଶକ୍ତିକରଣ।ସମବାୟ ହେଉଛି ସମାନ ଗୋଷ୍ଠୀ/ଶ୍ରେଣୀକୁ ନେଇ ଏକାଠି ଲକ୍ଷ୍ୟ ହାସଲ କରିବା ପାଇଁ ସମ୍ମିଳୀତ ଉଦ୍ୟମ।ନାରୀମାନଙ୍କ ଜରିଆରେ ସମବାୟ କ୍ଷେତ୍ରରେ ସଶକ୍ତିକରଣ କିଭଳି କରାଯିବ ତା ଉପରେ ଆଲୋଚନା କରା ଯାଇଥିଲା।ମହିଳା ମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
