ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ଆଇନଜୀବୀ ସଂଘ ନିର୍ବାଚନ ଶନିବାର ଦିନ ଶେଷ ହୋଇଛି । ସଭାପତି ଭାବେ ଆଇନଜୀବୀ ଚନ୍ଦ୍ରଶେଖର ପରିଡା, ଉପସଭାପତି ଭାବେ ଦିଲ୍ଲୀପ କୁମାର ବାନାର୍ଜୀ, ସମ୍ପାଦକ ଭାବେ ବୀରେନ୍ଦ୍ର କୁମାର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ଭାବେ ତୁଷାର କାନ୍ତ ନାୟକ, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସେନାପତି ଓ ଲାଇବ୍ରେରୀ ସମ୍ପାଦକ ଭାବେ ନମିତା ସାହୁ ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟ କୁମାର ମହାନ୍ତି, ଶିବ ପ୍ରସାଦ ତ୍ରିପାଠୀ, ଭି.ଭି ରାମଦାସ, ଦୁର୍ଗା ଶଙ୍କର ପଟ୍ଟନାୟକ, ନରେଶ କୁମାର ପାଢ଼ୀ, ବିଣାପାଣୀ ପ୍ରଧାନ ଓ ପ୍ରତାପ କୁମାର ବେହେରା ମନୋନୀତ ହୋଇଛନ୍ତି ।

