ହାତୀ ଭଳି ବଜେଟ, ପିମ୍ପୁଡି ଭଳି ଖର୍ଚ୍ଚ – ଅଶାନ୍ତ ଆଉ ଅସ୍ଥିର ସରକାର

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ବର  :- ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅରୁଣ ସାହୁ. ସେ କହିଲେ, ଡବଲ ଇଂଜିନ ସରକାରର ଜୀବନ ଅଶାନ୍ତ ବାତାବରଣ ଓ ଅସ୍ଥିରତା ଭିତରେ ଗତି କରୁଛି. ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି. ଭାରତୀୟଙ୍କ ହାତରେ କଡୀ ଓ ଗୋଡ଼ରେ ପେଡି ଲଗାଇ ଅଣା ଯାଉଥିବାବେଳେ ଟ୍ରମ୍ପଙ୍କ ଆଶୀର୍ବାଦ ପାଇଁ ଲାଇନରେ ଠିଆ ହୋଇଛନ୍ତି. ଲୁଟେରାମାନେ ଭାରତ ଲୁଟି ବିଦେଶରେ ଆରାମରେ ଅଛନ୍ତି.

ଶ୍ରୀ ଲଙ୍କା, ଭୁଟାନ ପରି ମିତ୍ର ଦେଶ ଏବେ ଭାରତ ବିରୋଧୀ. ଏହା ଆମର ବୈଦେଶିକ ନୀତି. 10 ଟି ପରିବାର ହାତରେ ଆମର ସବୁ ଟଙ୍କା. ତାଙ୍କୁ ବାଦ ଦେଇ ଦେଲେ ଆଫ୍ରିକା ଦେଶ ଠାରୁ ମୁଣ୍ଡପିଛା ଆୟ କମିଯିବ. 10% ପରିବାର ହାତରେ ଦେଶର 57% ଟଙ୍କା. ଷ୍ଟକ ମାର୍କେଟ ପତନ ଛୁଆଁ. ନିତ୍ୟ ବ୍ୟବହାର ଜିନିଷ ଆକାଶ ଛୁଆ. ପେଟ୍ରୋଲ ଦାମ ମହାକାଶ ଛୁଆଁ. ଯୁବ ପିଢ଼ି ଏବେ ନାଗ ଫାସରେ. 60-62% ଯୁବ ପିଢ଼ି ନାଗଫାଶରେ ଫସିଛନ୍ତି. ବର୍ଷକୁ 8 ଲକ୍ଷ ଚାକିରୀ ପାଇବାକୁ କହିଥିଲେ. ଏହି ହିସାବରେ ଏବେ 88 ଲକ୍ଷ ଚାକିରୀ ମିଳିବା କଥା. କୁଆଡେ ଗଲା ସେ ପ୍ରତିଶୃତି. ରାଜ୍ୟ ସରକାର ହାତୀ ଭଳି ବଜେଟ କରି ପିଂପୁଡି ପରି ଖର୍ଚ୍ଚ କରୁଛନ୍ତି.

ଏ ବଜେଟରେ କେନ୍ଦ୍ର ସରକାରଙ୍କ ଭାଗ ଵି ରହିଛି. ହେଲେ ସଂଘୀଆ ବ୍ୟବସ୍ଥାରେ ରେଳବାଇ ସମସ୍ୟା, ଜାତୀୟ ଶିକ୍ଷା ନୀତି, SCST,OBC ସଂରକ୍ଷଣ, କୋଇଲା ରାୟାଲଟି ସଂଶୋଧନ ଓ ପୋଲାଭରମ ପ୍ରସଙ୍ଗ ଉଠାଇଲେ କହୁଛନ୍ତି ଏହା କେନ୍ଦ୍ରର ପ୍ରସଙ୍ଗ. ସରକାରଙ୍କ ତଦନ୍ତ ଟିଭି ପରଦାରେ ଚାଲୁଛି. ମହାପ୍ରଭୁ ବଲଭଦ୍ର ପଡିବା, ରାଜ୍ୟପାଳ ପୁଅ ମାଡ଼ ମାରିବା, ଚିକିଟି ମଦମୃତ୍ୟୁ, ଭରତପୁର ଥାନା, ରତ୍ନ ଭଣ୍ଡାର ଖୋଲିବା, ବାରବାଟୀ ଅନ୍ଧାର ହେବା ଓ ମାଣ୍ଡିପଙ୍କାର ତଦନ୍ତ ରିପୋର୍ଟ କୁଆଡେ ଗଲା..? ଆମେ ପଠେଇଲେ ଦାଦନ ଶ୍ରମିକ, ସେ ପଠେଇଲେ ସୁପରଭାଇଜର ! ନିର୍ବାଚନ ସମୟରେ କହିଲ ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ ଅଛି? ତାହେଲେ ସରକାରକୁ ଆସି ତଦନ୍ତ ନ କରି ତାଲା କାହିଁକି ଭାଙ୍ଗିଲ..? କଟନୀ ଚଟଣି ବନ୍ଦ କରିବାକୁ କହିଲ.

ହେଲେ ମିଲ ସହିତ ଡିଲ କରି କଟନୀ ଛଟଣି ଲୋଟଣି କଲ. କେଉଁଠି ନଅ, ଯେଉଁଠି 16 କିଲୋ କାଟିଲ. ତିନି ହଜାର ଟଙ୍କା ଭତା କୁଆଡେ ଗଲା..? ଥାନାରେ ଆଗରୁ ହାବିଲଦାର୍, କନେଷ୍ଟେବଳଙ୍କ ପାଇଁ ଚୌକି ଥିଲା. ଏବେ ବିଜେପିର କ୍ରାଇମ ଗାଇଡ଼ ଟେବୁଲ ପଡିଛି. ରାଜ୍ୟ ଏବେ କ୍ରାଇମ ଟୁରିଜିମ ପାଲଟିଛି. ବିଜେପି ଗାଇଡ କରି ବୁଲାଉଛି. ଏବେ ଓଡ଼ିଶାକୁ ଗୁଜୁରାଟୀକରଣ କରିବା ଚାଲିଛି. ଗୁଜୁରାଟ ମାଇନିଙ୍ଗ କର୍ପୋରେସନ ଏବେ ଓଡ଼ିଶାରେ IT ପାର୍କ କରିବ. ତାକୁ ତିନୋଟି କୋଇଲା ଖଣି ଦିଆଯାଇଛି. ବେଦାନ୍ତ ପାଇଁ ଯେଉଁ ସଂସ୍ଥା ଵିଜ୍ଞାପନ ବାହାର କରିଛି ସେ ଅନୁଷ୍ଠାନ ପୁଞ୍ଜିକରଣ ଅଛି କି, ତା ପଛରେ କିଏ ଅଛି.?

Exit mobile version