ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ସଂପୂର୍ଣ୍ଣ ଭୋଜନ ସୁସ୍ଥ ଜୀବନ ଟାଗ୍ କାର୍ଯ୍ୟକ୍ରମ ମାଧ୍ୟମରେ ପରିଚାଳିତ ଇଟ୍ ରାଇଟ୍ ଚ୍ୟାଲେଞ୍ଜ ଫେଜ୍ ୨୦୨୪ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପୁରସ୍କୃତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଇଟ୍ ରାଇଟ୍ କ୍ୟାମ୍ପସ ଭାବେ ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଇଟ୍ ରାଇଟ୍ ପ୍ଲେସ ଅଫ୍ ୱରସିପ ନିମନ୍ତେ ପୁରସ୍କୃତ କରାଯାଇଛି । ୧୭ ଫେବୃୟାରୀରେ ଫୁଡ୍ ଏବଂ ଡ୍ରଗ ଆଡମିନିଷ୍ଟ୍ରେସନ ପକ୍ଷରୁ ଏକ ଅଡିଟରଙ୍କ ଦଳ ମାଲକାନଗିରି ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଦରମହକୁମା ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ ।

