ଭଗିପୁର ଠାରେ ମହାବାରୁଣୀ ସ୍ନାନ ଉତ୍ସବ ପାଳିତ 

ଡମପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଡମପଡ଼ା ବ୍ଲକ ଭଗୀପୁର ଠାରେ ମହାବାରୁଣୀ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଘଣ୍ଟା ସମୟରେ ପ୍ରଭୁ ଦୋଳଗୋବିନ୍ଦଙ୍କ ବାରୁଣୀ ସ୍ନାନ ପାଇଁ ନୀତି ନିର୍ଘଣ୍ଟ କରାଯାଇଥିବା ବେଳେ ୧୯ମଣ୍ଡଳର ପ୍ରଭୁ ଦୋଳଗୋବିନ୍ଦ ଦୋଳ ବିମାନରେ ଆସି ଗତ ରାତିରେ ଗ୍ରାମ ପରିକ୍ରମା କରିବା ସହିତ ଆଜି ସକାଳୁ ଭଗୀପୁର ମହାନଦୀ ଘାଟରେ ଏକାଠୀ ହୋଇଥିଲେ ।  ସେଠାରେ ଗୋପାଳମାନେ ଦୋଳ ବୀମାନରେ ବସିଥିବା ଦୋଳଗୋବିନ୍ଦଙ୍କୁ ନିର୍ଦ୍ଧାରିତ ସମୟରେ ମହାନଦୀ ବାରୁଣୀ ବୁଡ ପକାଇଥିଲେ ।

ପରେ ପ୍ରଭୁ ଦୋଳଗୋବିନ୍ଦଙ୍କୁ ନୂତନ ବସ୍ତ୍ର ପରିଧାନ କରି ଗୋପାଳମାନେ ସୁସଜ୍ଜିତ କରିଥିଲେ । ମହାନଦୀରେ ବାରୁଣୀ ସ୍ନାନ ଓ ବସ୍ତ୍ର ପରିଧାନ କରିବା ପରେ ମହାନଦୀ କୂଳରେ ଥିବା ବାରୁଣୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥିଲା । ଗୋପାଳମାନଙ୍କ ଘରେ ସରଲବଣୀ ଖାଇବା ପରେ ପ୍ରଭୁ ଦୋଳଗୋବିନ୍ଦ ମନ୍ଦିର ପ୍ରବେଶ କରିଥିଲେ । ଏହି ଉତ୍ସବ ଦେଖିବାକୁ ଭଗୀପୁର ମହାନଦୀ ଘାଟରେ ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବାରୁଣୀ ବୁଡ ପକାଇଥିଲେ ।

Exit mobile version