Home ଓଡ଼ିଶା ମା’ଚର୍ଚ୍ଚିକାଙ୍କ ବିଷୁବ (ପଣା) ଯାତ୍ରା ସମ୍ପର୍କରେ ଉପଜିଲ୍ଲାପାଳଙ୍କ ସହିତ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଆଲୋଚନା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଡମପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକା ବିଷୁବ (ପଣା) ସଂକ୍ରାନ୍ତି ସଂପର୍କରେ ବାଙ୍କୀର ଉପଜିଲ୍ଲାପାଳଙ୍କ ସହିତ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ସାକ୍ଷାତ କରି ଆଲୋଚନା କରିଥିଲେ । ପରିଚାଳନା କମିଟି ସଭାପତି ଆଇନଜୀବୀ ସନ୍ତୋଷ କୁମାର ରଣା କହିଥିଲେ ମହାନଦୀରେ ବର୍ତ୍ତମାନ ଜଳ ନାହିଁ । ଯାହାକି ଠାକୁରାଣୀ ସ୍ନାନ କରିବା ସହିତ ଝାମୁଆମାନେ ମା’ଙ୍କ ଘଟ ସାଥିରେ ଆସି ମହାନଦୀରେ ସ୍ନାନ କରି ଝାମୁ ଯାତ୍ରା କରିଥାନ୍ତି । ତେଣୁ ବର୍ତ୍ତମାନ ମହାନଦୀରେ ମା’ଙ୍କ ସ୍ନାନ ପାଇଁ ଅସ୍ଥାୟୀ ନଦୀ ଖୋଳାଯାଉ କିମ୍ବା ସାଧାରଣ ଜନତାମାନଙ୍କ ପାଇଁ ଅସ୍ଥାୟୀ ଭାବରେ ରାସ୍ତା ନିର୍ମାଣ କରାଯାଉ ବୋଲି ମତ ଦେଇଥିଲେ । ଏ ସଂପର୍କରେ କଟକ ଜିଲ୍ଲାପାଳଙ୍କୁ ଡମପଡ଼ା ବ୍ଳକ ଠାରେ ଜନଶୁଣାଣି ଶିିବିରରେ ଅବଗତ କରାଯାଇଥିଲା । ପୂର୍ବ ସରକାର ପକ୍ଷରୁ ମନ୍ଦିର ଉନ୍ନତି ପାଇଁ ମିଳିଥିବା ୧୧କୋଟି ଅର୍ଥରେ କିପରି ଶୀଘ୍ର କାର୍ଯ୍ୟ କରାଯିବ ସେ ସଂପର୍କରେ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ମନ୍ଦିର ପରିଚାଳନା କମିଟି ସଂପାଦକ ନୀଳମଣି ମହାପାତ୍ର, ସଭ୍ୟ ସୁଶାନ୍ତ ମହାପାତ୍ର, ବେଣୁଧର ରଣା, ବିଦ୍ୟାଧର ରଣା, ସୁଧୀର ରଣା, ପ୍ରଣବ ମହାପାତ୍ର, ଚନ୍ଦନ ରଣା, ଅମରନାଥ ରଣା, ଅଜିତ ରଣା, ସୂର୍ଯ୍ୟମଣି ରଣା ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana July 30, 2026 ରଥଯାତ୍ରା ପାଳନ ଉପଲକ୍ଷେ ଚତୁର୍ଥ ସନ୍ଧ୍ୟାରେ ମାଁ କୁରେଇଶୁଣୀ ଭଜନ ସଙ୍ଘ ର ଭଜନ ପରିବେଷଣ by Proprietor Abhimanyu Maharana July 30, 2026 ପାରଳାଖେମୁଣ୍ଡି କଳା ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ବିଶାଳ ପ୍ରସାଦ ସେବନ କାର୍ଯ୍ୟକ୍ରମ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ by Proprietor Abhimanyu Maharana July 30, 2026 କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ରାଜ୍ୟସାରା ଆନ୍ଦୋଳନ କରାଯିବ : କିଷାନ କଂଗ୍ରେସ ସଭାପତି ଅଭୟ ସାହୁ by Proprietor Abhimanyu Maharana July 30, 2026 ବିଧାନସଭା ସ୍ଥାୟୀ କମିଟି ବୈଠକରେ ଗଜପତିର ବିଭିନ୍ନ ଉନ୍ନୟନ ଓ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ by Proprietor Abhimanyu Maharana July 30, 2026 ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟରର କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାର ଦୁଇ ବର୍ଷ ପୂର୍ତ୍ତି ପାଳନ by Proprietor Abhimanyu Maharana July 30, 2026