Home ଓଡ଼ିଶା ମା’ଚର୍ଚ୍ଚିକାଙ୍କ ବିଷୁବ (ପଣା) ଯାତ୍ରା ସମ୍ପର୍କରେ ଉପଜିଲ୍ଲାପାଳଙ୍କ ସହିତ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଆଲୋଚନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଡମପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକା ବିଷୁବ (ପଣା) ସଂକ୍ରାନ୍ତି ସଂପର୍କରେ ବାଙ୍କୀର ଉପଜିଲ୍ଲାପାଳଙ୍କ ସହିତ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ସାକ୍ଷାତ କରି ଆଲୋଚନା କରିଥିଲେ । ପରିଚାଳନା କମିଟି ସଭାପତି ଆଇନଜୀବୀ ସନ୍ତୋଷ କୁମାର ରଣା କହିଥିଲେ ମହାନଦୀରେ ବର୍ତ୍ତମାନ ଜଳ ନାହିଁ । ଯାହାକି ଠାକୁରାଣୀ ସ୍ନାନ କରିବା ସହିତ ଝାମୁଆମାନେ ମା’ଙ୍କ ଘଟ ସାଥିରେ ଆସି ମହାନଦୀରେ ସ୍ନାନ କରି ଝାମୁ ଯାତ୍ରା କରିଥାନ୍ତି । ତେଣୁ ବର୍ତ୍ତମାନ ମହାନଦୀରେ ମା’ଙ୍କ ସ୍ନାନ ପାଇଁ ଅସ୍ଥାୟୀ ନଦୀ ଖୋଳାଯାଉ କିମ୍ବା ସାଧାରଣ ଜନତାମାନଙ୍କ ପାଇଁ ଅସ୍ଥାୟୀ ଭାବରେ ରାସ୍ତା ନିର୍ମାଣ କରାଯାଉ ବୋଲି ମତ ଦେଇଥିଲେ । ଏ ସଂପର୍କରେ କଟକ ଜିଲ୍ଲାପାଳଙ୍କୁ ଡମପଡ଼ା ବ୍ଳକ ଠାରେ ଜନଶୁଣାଣି ଶିିବିରରେ ଅବଗତ କରାଯାଇଥିଲା । ପୂର୍ବ ସରକାର ପକ୍ଷରୁ ମନ୍ଦିର ଉନ୍ନତି ପାଇଁ ମିଳିଥିବା ୧୧କୋଟି ଅର୍ଥରେ କିପରି ଶୀଘ୍ର କାର୍ଯ୍ୟ କରାଯିବ ସେ ସଂପର୍କରେ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ମନ୍ଦିର ପରିଚାଳନା କମିଟି ସଂପାଦକ ନୀଳମଣି ମହାପାତ୍ର, ସଭ୍ୟ ସୁଶାନ୍ତ ମହାପାତ୍ର, ବେଣୁଧର ରଣା, ବିଦ୍ୟାଧର ରଣା, ସୁଧୀର ରଣା, ପ୍ରଣବ ମହାପାତ୍ର, ଚନ୍ଦନ ରଣା, ଅମରନାଥ ରଣା, ଅଜିତ ରଣା, ସୂର୍ଯ୍ୟମଣି ରଣା ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା by Proprietor Abhimanyu Maharana October 27, 2026 Amway India Opens revamped, upgraded stores in Berhampur and Balasore by Proprietor Abhimanyu Maharana October 27, 2026 ୧୨୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ by Proprietor Abhimanyu Maharana October 27, 2026 ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ୨୧୦ ଦିନରେ by Proprietor Abhimanyu Maharana October 27, 2026 ପୁରୀରେ ଅର୍ଣ୍ଣବ ବାତ୍ୟାର ପ୍ରଭାବ ସମୁଦ୍ରରେ ଉଠୁଛି ଜୁଆର ପ୍ରବଳ ବର୍ଷା by Proprietor Abhimanyu Maharana October 27, 2026 କାର୍ତ୍ତିକ ବ୍ରତରୁ ପଞ୍ଚୁକ, ଆଧ୍ୟାତ୍ମିକତାରେ ମହକେ ଓଡ଼ିଶା by Proprietor Abhimanyu Maharana October 27, 2026