Home ଓଡ଼ିଶା ନୂଆ ସୋମେଶ୍ବର ପୁର ଉଚ୍ଚ ବିଦ୍ୟାଳୟ ରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନୂଆ ସୋମେଶ୍ବର ପୁର ଉଚ୍ଚ ବିଦ୍ୟାଳୟ ପରିସରରେ ୭ ଜଣ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଆଜି ପୂର୍ବାହ୍ନରେ ଶିକ୍ଷାବିତ ତଥା ଉତ୍କଳ ସ୍ବାଭିମାନ ମଞ୍ଚ ର ସଭାପତି ରାଧାକାନ୍ତ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ବାରିଷ୍ଟର ବିଶ୍ବନାଥ ମିଶ୍ର,ଜୟୀ ରାଜଗୁରୁ, ହରିହର ମର୍ଦ୍ଦରାଜ ଓ ଫକୀର ମୋହନ ସେନାପତି ଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଥିଲା । ଏଥିରେ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଊପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପୂଜ୍ୟ ପୂଜା ପରିଷଦ ରମ୍ଭା ର ସଭାପତି ସୁବାସ ଚନ୍ଦ୍ର ପଣ୍ଡା, ଉତ୍କଳ ସ୍ବାଭିମାନ ମଞ୍ଚ ର ନରସିଂହ ସୁବୁଦ୍ଧି, ବୈକୁଣ୍ଠ ନାଥ ନାୟକ, ଆର୍ତ୍ତତ୍ରାଣ ମଲ୍ଲିକ, ବାସୁଦେବ ସାହୁ, ଦେବେନ୍ଦ୍ର କୁମାର ନନ୍ଦ, ସବୁଜ ମିଶ୍ର, ସୁରରାଜ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତି ସ୍ଥାପନ ଦ୍ଵାରା ମହାପୁରୁଷଙ୍କ ତ୍ୟାଗ, ଆଦର୍ଶ ଓ ଉନ୍ନତ ଚରିତ୍ରର ପ୍ରତିଫଳନ ପିଲା ମାନଙ୍କ ଉପରେ ପଡିବ ଓ ସେମାନେ ଜଣେ ଜଣେ ଭଲ ମଣିଷ ହେବାର ସଂକଳ୍ପ ନେଇ ପାରିବେ ବୋଲି କହିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ବ ବିକାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପ୍ରତିମୂର୍ତ୍ତି ସ୍ଥାପନ ରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026