ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସମାଜରେ ଭଲ ମଣିଷର ଘୋର ଅଭାବ ରହିଛି।ଶିକ୍ଷା ଓ ସାହିତ୍ୟ ହିଁ ଭଲ ମଣିଷ ସୃଷ୍ଟି କରିବାର ପ୍ରକୃଷ୍ଟ ମାଧ୍ୟମ | ଶୈକ୍ଷିକ ମୂଲ୍ୟବୋଧ , ସାହିତ୍ୟ ଓ ଜୀବନ ଦର୍ଶନର ବାର୍ତ୍ତା ମାଧ୍ୟମରେ ସମାଜରେ ସୁମଣିଷ ଗଢି ତୋଳିବାକୁ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କବିତା ପାଠୋତ୍ସବ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଭାରତର ଉତ୍ତର ପୂର୍ବାଞ୍ଚଳ ପରିଷଦର ପ୍ରାକ୍ତନ ସଂସ୍କୃତି ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ରଯୋଗଦେଇ କହିଥିଲେ l

