Home ଓଡ଼ିଶା ଗୋଁଡ଼ ସମାଜର ଏକ ବୈଠକ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଓ ପଣ୍ଡରି ଯୋର ଗ୍ରାମ କୁ ନେଇ ବିଛୁବାହାଲି ଗାଁ ର ପିପଲଡାବର ପଡ଼ା ଠାରେ ଗୋଁଡ଼ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି Iତେବେ ଏହି ବୈଠକ ରେ ଗୋଁଡ଼ ସମାଜ ର ପ୍ରଥା ପରମ୍ପରାକୁ ବିଶେଷ ଭାବେ ଗୁରୁତ୍ବ ଦେଇ ଆଲୋଚନା ହୋଇଥିଲା I ଆଜି ର ଯୁଗ ସହ ଯୁବ ପୀଢ଼ି ଧୀରେ ଧୀରେ ଆମସଂସ୍କୃତି, ପ୍ରଥା, ରହଣୀ ସହଣୀ ପରମ୍ପରାକୁ ଅଣଦେଖା କରି ଗୋଟେ ପ୍ରକାର ନିଷ୍କ୍ରିୟ ନିସ୍ତେଜ ଭାବେ ଜୀବନ ଯାପନ କରୁଛନ୍ତି I ଫଳରେ ସମାଜ ର ପ୍ରଥା, ପରମ୍ପରା, ବିଲୁପ୍ତ ହେବା ବୋଲି ପ୍ରସଙ୍ଗ କୁ ମଧ୍ୟ ଅଣଦେଖା କରାଯାଇନପାରେ I ପୂର୍ବ ରୁ ସମାଜ କ୍ଷେତ୍ର ରେ ଏହାର କୌଣସି ଆବଶ୍ୟକତା ରହୁନଥିବା ଯୋଗୁଁ ସମାଜ ଗଠନର ଆବଶ୍ୟକତା ରହୁନଥିଲା I ସମସ୍ତଙ୍କ ମଧ୍ୟରେ ରହୁଥିଲା ଅଖଣ୍ଡତା ସହ ସମନ୍ଵୟ ସମାନତା I ସମସ୍ତ ପରମ୍ପରା ସହ ଜୀବନ ଶୈଳୀ ରହୁଥିଲା ପାରମ୍ପରିକ ପ୍ରତି ଟି କ୍ଷେତ୍ର ରେ ପାଳନ ହେଉଥିଲା ଉତ୍ସବ ମହୋତ୍ସବ ପାରମ୍ପରିକ ଭାବେ I ଯେମିତି ଜୀବିତ ପାଇଯାଉଥିଲା କଲା ସାହିତ୍ୟ, ସଂସ୍କୁତି, ସହ ପ୍ରଥା, ପରମ୍ପରା, ଯାହା ଏବେ ଧୀରେ ଧୀରେ ଡିଜିଟାଲ ଯୁଗ ରେ ଆମେ ସମସ୍ତେ ପାଦଦେଇସାରିଲାଣି ଗୋଟେ ପ୍ରକାର ଯଦି କହିବା ତେବେ ସମ୍ପୂର୍ଣ ଡିଜିଟାଲ ଯୁଗ ରେ ଆମେ ସମସ୍ତେ ଅଭ୍ୟସ୍ଥ I ଫଳ ରେ ସାହିତ୍ୟ ସଂସ୍କୃତି, ପ୍ରଥା, ପରମ୍ପରା, କେବଳ କାଗଜ କଲମ ରେ ଶୋଭା ପାଉଛି I ପରସ୍ପର ମଧ୍ୟରେ ସାମଞ୍ଜଶ ତ ଦୂରର କଥା ପ୍ରଥା ପରମ୍ପରା କୋଷ ବାଟରେ ରହି ଯାଉଛି I ଆମ ଭାରତ ଭୂମି ରେ ବାରମାସରେ ତେର ପର୍ବ ପାଳନ ହୋଇଥାଏ I ପ୍ରତ୍ୟେକ ପର୍ବ ପର୍ବାଣି ହେଉକି ସମାଜ ର ସାମାଜିକ କାର୍ଯ୍ୟ ସମସ୍ତ ସମ୍ପ୍ରଦାୟର ରହିଛି ଭିନ୍ନ ଭିନ୍ନ ପ୍ରଥା ପରମ୍ପରା I ଏକ ସ୍ୱତନ୍ତ୍ର ପରିଚୟ Iଯାହାମଧ୍ୟରେ ବିଭିନ୍ନ ସମ୍ପ୍ରଦାୟ ତାଙ୍କ ପ୍ରଥା ପରମ୍ପରାକୁ ବଜାୟ ରଖି ଆସିଥାନ୍ତି Iଯାହା ବିଗତ ବର୍ଷ ଗୁଡ଼ିକରୁ ଗୋଁଡ଼ ସମାଜ ସାମାଜିକ ସମାଜ କାର୍ଯ୍ୟ ପ୍ରଥା ପରମ୍ପରାରୁ ନିଷ୍କ୍ରିୟ ଭାବେ ରହିଆସୁଛି I ଏ ସବୁ ଆଗାମୀ ଯୁବ ପୀଢ଼ି ପାଇଁ ସୁ ସଂକେତ ଦେଉନଥିବା ବେଳେ ଏହା ଉପରେ ଉତ୍ତମ ପଦକ୍ଷେପ ନେଇ ଆଜିର ବୈଠକ ରେ ଗୋଁଡ଼ ସମାଜ କୁ କେମିତି ସକ୍ରିୟ ଭାବେ ପରିଚାଳିତ ହେବ ଗୋଁଡ଼ ସମାଜ ର କଲାସାହିତ୍ୟ,ସଂସ୍କୃତି,ପ୍ରଥା, ପରମ୍ପରାକୁ ଜୀବିତ ରଖି, ଯୁବ ପୀଢ଼ି ଙ୍କ ମଧ୍ୟ ରେ କେମିତି ସୁଚାରୁରୂପେ ପହଞ୍ଚାଇ ହେବ ତା ଉପରେ ବିଚାର ବିମର୍ଷ କରାଯାଥିଲା I ଓ ଗୋଁଡ଼ ସମାଜ ନାମରେ ସାମୁହିକ ସଂଗଠନ ଗଠନ ହେବା ନେଇ ନିଷ୍ପତି କରାଯାଇଥିଲା I ଯାହାଦ୍ୱାରା ଆଜି ର ବୈଠକ ର ମୂଳ ଲକ୍ଷ ତଥା ମୁଖ୍ୟ ବିଷୟ ବସ୍ତୁ I ତେବେ ଏହି ବୈଠକ ରେ ଗୋଁଡ଼ ସମାଜ ର ବରିଷ୍ଠ ତଥା ଜିଲ୍ଲା ସଭାପତି ଯୁଗେଶ୍ୱର ମାଝୀ, ଜିଲ୍ଲା ସମ୍ପାଦକ ହରିହର ମାଝୀ, ଜିଲ୍ଲା ଚପରାଶି ମହାଦେବ ମାଝୀ, ଏବଂ ସଞ୍ଜୟ ଛତ୍ରିଆ, ସହଦେଵ ମାଝିଙ୍କ ସହ ଅନ୍ୟ ପରିବାର ସଦସ୍ୟ, ଝାଜମନ ମାଝୀ, ପଣ୍ଡିତ ମାଝୀ, ଟଙ୍କଧର ମାଝୀ, ସନ୍ତ ମାଝୀ, ଯୁବରାଜ ମାଝୀ, ଜୟଲାଲ ମାଝୀ, ଜଗଦୀଶ ପ୍ରସାଦ ମାଝୀ, ପୁରୁଷୋତ୍ତମ ମାଝୀ, ଶ୍ୟାମଘନ ମାଝୀ, ଚଉବନ ଧରୁଆ, ରବି ଧରୁଆ, ଶିବରାମ ମାଝୀ, ପରମେଶ୍ୱର ମାଝୀ, ଘନ ଧରୁଆ, ରାଜୁ ମାଝୀ, ବୈଲୋଚନ ଧରୁଆ, ଦେବାର୍ଚ୍ଚନ ମାଝୀ, ତୁଲାରାମ ମାଝୀ, ଅନନ୍ତରାମ ମାଝୀ, ବଟକୃଷ୍ଣ ଗଏଁତା, ମୃଦୁଙ୍ଗିଆ ମାଝୀ, କପୁର୍ଚ୍ଚନ ମାଝୀ, ନାରାୟଣ ମାଝୀ, ପବିତ୍ର ମାଝୀ, ଦେବ ଧରୁଆ, ସାଇବ ମାଝୀ, ପବିତ୍ର ମାଝୀ, ଚଞ୍ଚଳ ମାଝୀ ଉପସ୍ଥିତ ରହିଥିବା ବେଳେ ଗୋଁଡ଼ ସମାଜ ର ନୂତନ ସଭାପତି ଭାବେ ମହେଶ୍ୱର ମାଝୀ, ଉପସଭାପତି ନରହରି ମାଝୀ, ସମ୍ପାଦକ ଦେବାର୍ଚ୍ଚନ ମାଝୀ, ସହ ସମ୍ପାଦକ ଭିକଚନ ଧରୁଆ, କୋଷାଧ୍ୟକ୍ଷ ଯୁଧିଷ୍ଠିର ମାଝୀ ଙ୍କୁ ମନୋନୀତ କରାଯାଥିଲା, ଓ ଲୁଚନ ମାଝୀ, ରଇତାଲ ମାଝୀ, ମୋହନ ମାଝୀ, ଏବଂ ଚପରାଶି ଭାବରେ କପିଳ ଧରୁଆ Iତେବେ ଏହି ବୈଠକ ସମସ୍ତଙ୍କ ବ୍ୟକ୍ତିଗତ ମତାମତ କୁ ନେଇ ଉଦ୍ଧିଷ୍ଟ ରହିଥିବା ବେଳେ ଉପସ୍ଥିତ ଥିବା ସମସ୍ତ ପରିବାର ସଦସ୍ୟ, ସଦସ୍ୟା ଗୋଁଡ଼ ସମାଜ ର ବ୍ୟକ୍ତି ବିଶେଷଙ୍କ ସହମତି ଓ ତାଙ୍କ ସ୍ୱୀକୃତି ପରେ ଗୋଁଡ଼ ସମାଜ ଗଠନ ପ୍ରକ୍ରିୟା ଆରମ୍ଭ ହୋଇ ଚୟନ ପ୍ରକ୍ରିୟା ସରିଥିଲା Iଏହି ଅବସରରେ ଗୋଁଡ଼ ସମାଜ ର ବହୁ ସଂଖ୍ୟା ରେ ପରିବାର ସଦସ୍ୟା ସାମିଲ ହୋଇଥିଲେ, ମୌନାବତୀ ମାଝୀ, ହସ୍ତୀନୀ ମାଝୀ, ଦ୍ରୋପତି ମାଝୀ, ଇନ୍ଦୁମତୀ ମାଝୀ, ମଦନା ମାଝୀ, ଧୂବନି ମାଝୀ, ଫୁଲ ମାଝୀ, ଧନମତୀ ମାଝୀ, ତରୁଣୀ ମାଝୀ, ବଦନ୍ତି ମାଝୀ, ବିଳାସ ମାଝୀ, ଲଷ୍ମୀ ମାଝୀ, ପ୍ରମୁଖ ଉପସ୍ଥିତ ରହିଥିଲେ I ପରିଶେଷ ରେ ପୂର୍ବତନ ଗୋଁଡ଼ ସମାଜ ର ସମ୍ପାଦକ ମନ ମୋହନ ମାଝୀ (ମୃଦୁଙ୍ଗିଆ )ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026