ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ରେଳବାଇରେ ପ୍ରଥମ ଡିଭିଜନ ଯାହା ୩୦୦ ମିଲିୟନ୍ ଟନ୍ ମାଲ ପରିବହନ କରି (ଲୋଡିଂ ଏବଂ ଅନଲୋଡିଂ) ରେକର୍ଡ ହାସଲ କରିଛି । ଭାରତୀୟ ରେଳବାଇର ଅନ୍ୟ କୌଣସି ଡିଭିଜନ ବର୍ତମାନ ସୁଦ୍ଧା ୩୦୦ମିଲିୟନ୍ ଟନ୍ ମାଲ ପରିବହନରେ ପହଞ୍ଚି ନାହିଁ । ଖୋର୍ଦ୍ଧାରୋଡ୍ ମଣ୍ଡଳ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୩୦୦ ନିୟୁତ ଟନ୍ (ଏମ୍ ଟି)ମାଲ ପରିବହନ ପରିଚାଳନା କରି ଇତିହାସ ସୃଷ୍ଟି କରିଛି । ଅର୍ଥାତ୍ ୦୧.୦୪.୨୦୨୪ ରୁ ୨୭.୦୩.୨୦୨୫ ପର୍ଯ୍ୟନ୍ତ ।ଏହା ଭାରତୀୟ ରେଳବାଇର ପ୍ରଥମ ଡିଭିଜନ ଯାହାକି ୩୦୦ ନିୟୁତ ଟନ୍ ମାଲ ପରିବହନରେ (ଲୋଡିଂ ଏବଂ ଅନଲୋଡିଂ ଉଭୟ)ହାସଲ କରିଛି । ଏହି ସମୟ ମଧ୍ୟରେ,ମୋଟ ମାଲ ବୋଝେଇ ୧୬୧.୨ ମିଲିୟନ୍ ଟନ୍ ଏବଂ ମୋଟ ମାଲ ଖଲାସ ୧୩୯.୭୪ ମିଲିୟନ୍ ଟନ୍ ହୋଇଛି ।
