
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ଫାଣ୍ଡି ଅଧୀନରେ ଥିବା ଅର୍ଜୁନଗୁଡ଼ା ଏବଂ ସୁତରାଜପୁର ମଧ୍ୟରେ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଶୁକ୍ରବାର ଦିନ ସକାଳ ସମୟରେ ଏକ ଟ୍ରକ ଦୁର୍ଘଟଣା ଘଟିଥିଲା।ମିଳିଥିବା ସୂଚନା ଅନୁଯାୟୀ ଓଡି ୧୯ କେ ୯୫୯୧ ନମ୍ବର ବିଶିଷ୍ଟ ଟ୍ରକ ଟି କଟକ ଜିଲ୍ଲାର ଟାଙ୍ଗି ଠାରୁ ୧୨୦୦ ପେଟି ବିୟର ପେଟି ବୋଝେଇ କରି ରାୟଗଡା ଜିଲ୍ଲା ଦେବଦଳା ରେ ଥିବା ବିଦେଶୀ ମଦ ଡିପୋ କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରେ ଗୁମୁଡ଼ା ପୋଲିସ ଫାଣ୍ଡି ଅଧିକାରୀ ବସନ୍ତ କୁମାର ବେହେରା ସଦଳବଳେ ପହଞ୍ଚି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବିୟର ପେଟି ଗୁଡ଼ିକ କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରିଥିଲେ।

