Home ଓଡ଼ିଶା ରାଜ୍ୟ ଯୋଜନା ଆନୁକୁଲ୍ୟରେ ଡମପଡ଼ା ବ୍ଲକ ସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା ଉଦ୍ଯାପିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଡମପଡ଼ା ବ୍ଲକ ସରକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ତରଫରୁ ଜାତମୁଣ୍ଡିଆ ଆର.ଏମ୍.ସି ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ତାଲିମ୍ ଓ ଦକ୍ଷତା ବିକାଶ କର୍ମଶାଳା ଉଦ୍ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ୩୭ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଯୋଗଦେଇ ଉଦ୍ୟାନ କୃଷି ବିଭାଗ ତରଫରୁ ସରକାରଙ୍କ ଚାଷୀମାନଙ୍କ ପାଇଁ ପଶୁପାଳନ , କୁକୁଡାଚାଷ, ଫଳଚାଷ, କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ସଂପର୍କରେ ଚାଷୀମାନେ କିପରି ଲାଭ ପାଇପାରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଡମପଡ଼ା ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସ୍ମୃତିରେଖା ଦାସ , ପ୍ରାଣୀ ଚିକିତ୍ସକ ଡାକ୍ତର ତନ୍ମୟୀ ପଟ୍ଟନାୟକ, ବୈଜ୍ଞାନିକ ଅରୁଣ କୁମାର ଗିରି, ପ୍ରଦୀପ ଧଳ ଯୋଗଦେଇ ଚାଷୀମାନଙ୍କୁ ବିଭିନ୍ନ ଚାଷ ସମ୍ବନ୍ଧୀୟ ଜ୍ଞାନକୌଶଳ ଶିକ୍ଷା ଦେବା ସହ ସେମାନେ କିପରି ଲାଭବାନ ହୋଇପାରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ କର୍ମଚାରୀ ଫକୀର ଜେନା, ସନ୍ତୋଷ ଲେଙ୍କା, ଶରତ ମହାରଣା, ପ୍ରକାଶ ସାହୁ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ by Proprietor Abhimanyu Maharana July 30, 2026 ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ by Proprietor Abhimanyu Maharana July 30, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 30, 2026 ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana July 30, 2026 କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana July 30, 2026 ରଥଯାତ୍ରା ପାଳନ ଉପଲକ୍ଷେ ଚତୁର୍ଥ ସନ୍ଧ୍ୟାରେ ମାଁ କୁରେଇଶୁଣୀ ଭଜନ ସଙ୍ଘ ର ଭଜନ ପରିବେଷଣ by Proprietor Abhimanyu Maharana July 30, 2026