ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଥାନା ଓ ଜେଲ୍ ପରିସରରେ ଥିବା ୧୨ଗୋଟି ଗଛରେ ହଜାର ହଜାର ସଂଖ୍ୟାରେ ବାଦୁଡି ବହୁଦିନରୁ ରହିଆସୁଛନ୍ତି । ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପ ହେବାରୁ ବାଦୁଡିମାନେ ପାଣି ବିନା ଛଟପଟ ହେଉଛନ୍ତି । ଅତ୍ୟଧିକ ତାତି ସହିନପାରି ବାଦୁଡିମାନେ ଯେଉଁଗଛରେ ଛାଇ ରହିଛି ସେଠାରେ ଆଶ୍ରୟ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ବାଙ୍କୀ ପରିବେଶ ସୁରକ୍ଷା ସମିତିର ଆବାହକ ଦୀପକ କୁମାର ସାମନ୍ତରା ଓ ପରିବେଶବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ

