ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଲୋକସଭାରେ ଶରଣାର୍ଥୀ ଓ ବିଦେଶୀ ନାଗରିକ ବିଲ୍ 2025 ପାରିତ ହୋଇଛି । ଲୋକସଭାରେ ଏହି ବିଲ୍ ଆଗତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ଏହି ଅବସରରେ ବିଲ୍ ର ଚର୍ଚ୍ଚାରେ ଅଂଶଗ୍ରହଣ କରି ପ୍ରଥମେ ବକ୍ତା ଭାବରେ ଲୋକସଭାରେ ନିଜର ମତ ରଖିଥିଲେ, ଓଡ଼ିଶାର ଭୁବନେଶ୍ବରର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବର୍ତ୍ତମାନ ସମୟରେ କାହିଁକି ଦେଶ ପାଇଁ ଏପରି ଏକ ବିଲର ଆବଶ୍ୟକତା, ତାହା ନିଜର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଦର୍ଶାଇଥିଲେ ସାଂସଦ ଅପରାଜିତା । ଲୋକସଭାରେ ପ୍ରଥମ ବକ୍ତା ଭାବରେ ପ୍ରାୟ 14 ମିନିଟ୍ ଧରି ବିଲ୍ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ ସାଂସଦ ଅପରାଜିତା ।
