ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମପୁର :- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଠାରେ ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ମହିଳା ଛାତ୍ରୀ କୃତିତ୍ୱ ଲାଭ କରିଛନ୍ତି l କୃତିତ୍ୱ ହେବା ପରେ ଚଳିତ ମାସ ୨୯ ତାରିଖ ଠାରୁ ଏପ୍ରିଲ ୦୧ ତାରିଖ ଦୀର୍ଘ ୪ ଦିନ ପର୍ଯ୍ୟନ୍ତ ତାମିଲନାଡୁର ଆଲଗାପା ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃ ବିଶ୍ଵବିଦ୍ୟାଳୟ ସ୍ତରୀୟ ମହିଳା ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା ଦଳ ଅଂଶ ଗ୍ରହଣ କରିବ ।

