Home ଓଡ଼ିଶା ବାଲିଗୁଡାରେ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ : ଏପ୍ରିଲ ୨୨ରେ ଶୁଭଖୁଣ୍ଟି , ମଇ ୬ ରୁ ଯାତ୍ରା ଆରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଏକ ପୂର୍ବପ୍ରସ୍ତୁତି ବୈଠକ ସମିତିର ସଭାପତି ଲଳିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରତି ଦୁଇ ବର୍ଷରେ ଥରେ ମା’ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ଠାକୁରାଣୀ ଯାତ୍ରା ସମଗ୍ର ବାଲିଗୁଡା ଅଞ୍ଚଳରେ କିପରି ଶାନ୍ତି ଶୃଙ୍ଖଳାର ସହ ଜାକ ଜକମକରେ ପାଳନ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଲୋଡ଼ା ଯାଇଥିଲା l ଏହି ଯାତ୍ରା ନିମନ୍ତେ ଆସନ୍ତା ଏପ୍ରିଲ ମାସ ୨୨ ତାରିଖରେ ଯଥା ରୀତିନୀତି ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ମେ ମାସ ୬ ତାରିଖ ମଙ୍ଗଳବାର ଦିନ ଠାରୁ ଯାତ୍ରା ଆରମ୍ଭ ହୋଇ ଜୁନ ୨ ତାରିଖ ସୋମବାର ଦିନ ଉଦଯାପିତ ହେବ l ଦୀର୍ଘ ୨୮ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନିମନ୍ତେ ମେ ୬ ତାରିଖରେ ମା’ କନକଦୁର୍ଗା ନୁଆସାହି, ମା’ ଡେଙ୍ଗସିଲ, ମା’ ବରାଳଦେବୀ ଓ ମା’ ମହାମାୟୀଙ୍କ ଠାରୁ ଆଜ୍ଞାମାଳ ଆଣି ଉକ୍ତ ଦିନ ସନ୍ଧ୍ୟାରେ ମା’ପାଟଖଣ୍ଡାଙ୍କ ଏହି ଚାରି ଭଉଣୀ ଙ୍କୁ ଧରି ମହା ପଟୁଆରରେ ଅସ୍ଥାୟୀ ପିଠ ମା ‘ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣକୁ ଯିବେ ଓ ତା’ ପରଠାରୁ ବିଶ୍ରାମ ଦିନ ବ୍ୟତିତ ପ୍ରତ୍ୟେକ ଦିନ ସାହିକୁ ସାହି ବୁଲିବେ। ଯାତ୍ରା ସମୟରେ ଅପେରା, ମେଲୋଡି ସହ ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦେବା ସହ ପରମ୍ପରା ସହିତ ଜଡିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ଏଥି ନିମନ୍ତେ ବାଲିଗୁଡାର ସବୁ ସାହି କମିଟି ସହ ସାହିକୁ ସାହି ଯାଇ ସମିତି ତରଫରୁ ଆଲୋଚନା କରାଯିବ l ପ୍ରତ୍ୟେକ ସାହି ଏବଂ ସହରକୁ ଆଲୋକ ତୋରଣ ଏବଂ ସଫାରଖି ସାଜସଜା କରି ଯାତ୍ରାକୁ ସଫଳ କରିବାକୁ ଅନୁରୋଧ ମଧ୍ୟ କରାଯିବ ବୋଲି ଏହି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା l ଏଥିରେ ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ ଓ ଉପଦେଷ୍ଟା ଡ଼ଃ. ବିଚିତ୍ରା ନନ୍ଦ ଆଚାର୍ଯ୍ୟ, ଗଙ୍ଗାଧର ଭୋଇ ଓ ପବିତ୍ର ମୋହନ ପାଢୀ ,ସୁଜିତ କମାର ପାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026