ଜନ କଲ୍ୟାଣ ପ୍ରୋଜେକ୍ଟ ତରଫରୁ ବିଭିନ୍ନ ପନିପରିବା ଚାଷ କ୍ଷେତ୍ର ପରିଦର୍ଶନ

ବାଲିଗୁଡା  (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା  :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ଡେଡ଼ିମାହା, ବେହାବାଡ଼ି, ଗସୁକିଆ ଗ୍ରାମରେ ହୋଇଥିବା ବିଭିନ୍ନ ପନିପରିବା ଚାଷ କ୍ଷେତ୍ରକୁ ଜନ କଲ୍ୟାଣ ସିଏଫସିଡି ପ୍ରୋଜେକ୍ଟ କଳାହାଣ୍ଡି ତରଫରୁ ମିଶନ ଶକ୍ତିର ଅଲିଭା କେରକେଟା, ପ୍ରଦାନ ସଂସ୍ଥାର ଏରିଆ କୋ-ଅଡିନେଟର ତେଜସ୍ବିନୀ ନାୟକ,

ଯୋସେଫ ନାୟକ ଙ୍କ ସମେତ କଳାହାଣ୍ଡି ଜିଲ୍ଲାର ୨୬ ଜଣ ଓ କନ୍ଧମାଳ ଜିଲ୍ଲାର ୧୯ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଉକ୍ତ ଗ୍ରାମର କଲମି ବାଇଗଣ, ଟମାଟ, ବାଇଗଣ ମଟର ଚଣା, ବନ୍ଧାକୋବି, କଲରା, ଶାଗ ସମେତ ବିଭିନ୍ନ ମିଶ୍ରିତ ଚାଷ, ସଲାର ବାଡ଼, ସଲାର ରିଷ୍ଟ ଏବଂ ଟ୍ରେଲିସ ମାଧ୍ୟମରେ ସୁତା ଟାଣି କିପରି ଲତା ଜାତୀୟ ଫସଲ କରି ଅଧିକରୁ ଅଧିକ ଅମଳ କରି ରୋଜଗାର କ୍ଷମ ହୋଇପାରିବେ ପରିଦର୍ଶନ ସମୟରେ ଉପସ୍ଥିତ ଚାଷୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ l

Exit mobile version