Home ଓଡ଼ିଶା ଜମୁଛି ପୁରୀ ଓକିଲ ସଂଘ ନିର୍ବାଚନ ବ୍ଯାନର ପୁସିଙ୍ଗକାର୍ଡ ପ୍ରଚାର ଜୋରଦାର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀଜିଲ୍ଲା ଓକିଲ ସଂଘ ନିର୍ବାଚନ ଚଳିତ ସପ୍ତାହ ଶନିବାର ୨୯ ତାରିଖ ଦିନ ଅନୁଷ୍ଠିତ ହେବ । ସକାଳ ୭ ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲୁ ରହିବ । ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ପ୍ରଦୀପ କୁମାର ରଥ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ପାଇଁ ଚେଷ୍ଟା ଚଳାଇଛନ୍ତି । କଚେରି ଛକରେ ବିଭିନ୍ନ ବଡ ବଡ ଫ୍ଲେକ୍ସ ବ୍ଯାନର ହୋର୍ଡିଂ ଗୁଡିକ ଲଗାଯାଇଛି । ପ୍ରାର୍ଥୀମାନେ ଆଇନଜୀବୀ ମାନଙ୍କୁ ପୁସିଙ୍ଗକାର୍ଡ ବାଣ୍ଟିବା ସହ କେତେକ ପ୍ରାର୍ଥୀ ସାହି ଗଳିକନ୍ଦିରେ ଆଇନଜୀବୀଙ୍କ ଘରକୁ ଯାଇ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ସଭାପତି ପଦ ପାଇଁ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହେଉଛି । ପ୍ରେମାନନ୍ଦ ମହାନ୍ତି ପୂର୍ବରୁ ସଭାପତି ଥିବାବେଳେ ଚଳିତବର୍ଷ ପ୍ରାର୍ଥୀ ହୋଇ ତାଙ୍କ ନିଜସ୍ବ ଶୈଳୀରେ ପ୍ରଚାର କରୁଛନ୍ତି । ଅନ୍ୟତମ ସଭାପତି ପ୍ରାର୍ଥୀ ସାରଦା ପ୍ରସାଦ ସାମଲ ପ୍ରଥମ ଥର ପାଇଁ ଏହି ଦୌଡରେ ସାମିଲ ହୋଇଛନ୍ତି । ସେ ପୂର୍ବରୁ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ । ନିର୍ବାଚନରେ କିପରି ଜିତିବା ପାଇଁ କଳା କୌଶଳ ଆବଶ୍ୟକ ତାହା ତାଙ୍କୁ ବେଶ ଜଣା । ଉପସଭାପତି ପାଇଁ ଦେବେନ୍ଦ୍ର ନାଥ ମିଶ୍ର ଓ ବିଭୂଦତ୍ତ ପଟ୍ଟନାୟକଙ୍କ ସହ ସିଧାସଳଖ ପ୍ରତିଦ୍ବନ୍ଦିତା ହେଉଛି । ସଂଘର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦବୀ ସାଧାରଣ ସମ୍ପାଦକ ପାଇଁ ତିନି ଜଣ ପ୍ରାର୍ଥୀ ହୋଇଛନ୍ତି । ତିନିଜଣ ଯାକ ଯୁବ ସୁଲଭ ଶୈଳୀରେ ପ୍ରଚାର କରୁଛନ୍ତି । ନରେଶ କୁମାର ମହାନ୍ତି ବିଭିନ୍ନ ଗ୍ରୁପ ଜରିଆରେ ନୂଆ ଡିଜାଇନର ପୁସିଙ୍ଗକାର୍ଡ ଛାଡୁଥିବା ବେଳେ କୋର୍ଟ ପରିସର ଓ ଆଇନଜୀବୀଙ୍କ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି । ଶରତ କୁମାର ରାୟଗୁରୁ ଚଳିତ ଥର ଭିନ୍ନ ଶୈଳୀରେ ଯୋରଦାର ପ୍ରଚାର କରୁଛନ୍ତି । ଅନ୍ଯତମ ପ୍ରାର୍ଥୀ ରମେଶ ଚନ୍ଦ୍ର ପ୍ରଧାନ କେତେକ ନିର୍ବାଚନ ଅଭିଜ୍ଞ ଆଇନଜୀବୀଙ୍କ ପରାମର୍ଶକ୍ରମେ ପ୍ରଚାରକୁ ଯୋରଦାର ଓ ଶାଣିତ କରୁଛନ୍ତି । କଣାସ, ସତ୍ଯବାଦୀ ଓ ବ୍ରହ୍ମଗିରିର ଥିବା ସଂଘର ସଭ୍ଯ ଓ ସଭ୍ଯା ମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି । ୩ ଯୁଗ୍ମ ସମ୍ପାଦକ ପଦ ପାଇଁ ସାତଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ସମସ୍ତେ ପ୍ରଚାର ପ୍ରସାର ଯୋରଦାର କରିବାରେ ଲାଗି ପଡିଛନ୍ତି । ପ୍ରାର୍ଥୀ ମାନଙ୍କ ମଧ୍ଯରେ ଅନିଲ କୁମାର ସାହୁ, ଭାଗବତ ପ୍ରସାଦ ପଟ୍ଟନାୟକ, ବିଚିତ୍ରାନନ୍ଦ ପରିଡା, ପ୍ରତାପ ଚନ୍ଦ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସମୀର ଘୋଷ ଓ ସୋମନାଥ ରଣା ରହିଛନ୍ତି । ୫ଟି କାର୍ଯ୍ୟକାରୀ ସଭ୍ଯ ପଦ ପାଇଁ ୬ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଜ୍ୟୋତିପ୍ରକାଶ ମହାନ୍ତି, କର୍ଣ୍ଣବୀର ମହାପାତ୍ର, ମନୋରଞ୍ଜନ ସାହୁ, ରାଜେଶ ମହାନ୍ତି,ରଞ୍ଜିତ ନାୟକ ଓ ତାପସ ରଞ୍ଜନ ବଳିଆରସିଂହ ପ୍ରମୁଖ ଯୋରଦାର ଚଳାଇଛନ୍ତି । ୨୯ ତାରିଖ ଦିନ ଭୋଟ ଗ୍ରହଣ ସରିବା ପରେ ସଂଧ୍ଯା ସମୟରେ ଗଣତି ଆରମ୍ଭ ହେବ । Categories: ଓଡ଼ିଶା, ପୁରୀ, ହୋମ୍ Related Content ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ by Proprietor Abhimanyu Maharana July 14, 2026 ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ by Proprietor Abhimanyu Maharana July 14, 2026 ଗଣତନ୍ତ୍ର ପ୍ରତି ବିପଦ : ରବି ରଥ by Proprietor Abhimanyu Maharana July 14, 2026 ୧୯୭୭ ମାଟ୍ରିକ୍ ବ୍ୟାଚ୍ର ବନ୍ଧୁ ମିଳନ by Proprietor Abhimanyu Maharana July 14, 2026 ଟ୍ରେଡ୍କୋର ଇଣ୍ଡିଆ ଫାଉଣ୍ଡେସନ୍ର ଶୁଭାରମ୍ଭ; ଓଡ଼ିଶାରେ ବ୍ୟବସାୟିକ ନେଟୱର୍କିଂ ବ୍ୟବସ୍ଥା ହେବ ମଜବୁତ by Proprietor Abhimanyu Maharana July 14, 2026 ଉତ୍କଳ ଦୃଷ୍ଟିହୀନ ସଂଘର ସରକାରୀ ଜମି ବେଆଇନ ଦଖଲମୁକ୍ତ ଓ ସଦସ୍ୟଙ୍କ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana July 14, 2026