ଚିତ୍ରକୁଟ ବିହାର ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଓ “ଆମ ସଂସ୍କୃତି ଆମ ଖେଳନା” କର୍ମଶାଳା

ନିରାକାରପୁର (ଓଡ଼ିଶା ତାଜା ନ୍ୟୁଜ୍)  :- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଞ୍ଚାୟତର ଚିତ୍ରକୂଟ ବିହାର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳନ ସହିତ “ଆମ ସଂସ୍କୃତି ଆମ ଖେଳନା”ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋଜ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ ବିପିନ୍ କୁମାର ଜୟସିଂହ, ମୁଖ୍ୟ ବକ୍ତା ଭାବେ ଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲାର ୧୨ ନମ୍ୱର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଯୁକ୍ତ ବିଜୟ କୁମାର ପାଲଟାସିଂହ ଯୋଗ ଦେଇ ଥିଲେ।

ସମ୍ମାନୀତ ଅତିଥି ଭାବରେ ସାମ୍ୱାଦିକ ଦୀପକ କୁମାର ପ୍ରଧାନ,ଶ୍ୟାମସୁନ୍ଦର ପଟ୍ଟନାୟକ, ମାନସ ରଞ୍ଜନ ପଟ୍ଟନାୟକ,ହିଂମାଶୁ ଭୂଷଣ ଚମ୍ପତିରାୟ, ,ପ୍ରକାଶ କୁମାର ବଳିଆରସିଂହ, ଜ୍ଞାନ ରଞ୍ଜନ ଦାଶ, ସରକାରୀ ପ୍ରାଥମିକ ବିଦ୍ୟାଳୟ ରେଙ୍ଗଟା ର ପ୍ରଧାନ ଶିକ୍ଷକ ଅମର କୁମାର ଜୟସିଂହ, ବିଦ୍ୟାଳୟର ସହକାରୀ ଶିକ୍ଷକ ସଚିତ୍ର କୁମାର ପାଇକରାୟ, ସହକାରୀ ଶିକ୍ଷୟିତ୍ରୀ ନମିତା ଭଡ, ବିଦ୍ୟାଳୟ ର ଉପସଭାପତି ସଂନ୍ଧ୍ୟାରାଣୀ ପଲେଇ,

ସି ଆର ସି ସି ମଳୟ କୁମାର ମଙ୍ଗରାଜ ପ୍ରମୁଖ ଯୋଗ ଦାନ ଦେଇ ଚରିତ୍ର ଗଠନ ଶିକ୍ଷାର ମୂଳମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ । ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ରେ ବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ମାନେ ଅନେକ ପ୍ରକାର ର ଶିକ୍ଷଣୀୟ ଖେଳନା ପ୍ରସ୍ତୁତି କରି ଆଣିଥିଲେ । ଶିକ୍ଷାର୍ଥୀ ମାନଙ୍କମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା ।

 

Exit mobile version