ଭିଜିଲାନ୍ସ ପଞ୍ଝାରେ ଜଟଣୀ ପୌର ଅଧିକାରୀ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ଜଟଣୀ ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀI ବିଭିନ୍ନ ଦିଗରୁ ମିଳିଥିବା ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଏକ ସଙ୍ଗରେ ବ୍ରହ୍ମପୁରସ୍ଥିତ ପୈତୃକ ବାସ ଭବନ,

ଭୁବନେଶ୍ବରରେ ରହୁଥିବା ବାସଭବନ ଓ ଜଟଣୀ ପୌର କାର୍ଯ୍ୟାଳୟରେ ସକାଳୁ,ସକାଳୁ ଭିଜିଲାନ୍ସ ଟିମ୍‌ର ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ଓ ନଥିପତ୍ରର ଯାଞ୍ଚ ପ୍ରକ୍ରିୟା ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲୁ ରହିଥିଲା । ପଟଯୋଷିଙ୍କ ଭୁବନେଶ୍ବର ଅଞ୍ଚଳରେ ତିନୋଟି ଦାମୀ ଫ୍ଲାଟ୍, ବ୍ରହ୍ମପୁର,

ଗଞ୍ଜାମ ଓ ଜଟଣୀ ଅଞ୍ଚଳରେ ୧୧ ଟି ପ୍ଳଟ,ଦାମୀ କାର ସୁନା ଅଳଙ୍କାର,ନଗଦ ୧୭ ଲକ୍ଷ ଟଙ୍କା ଭିଜିଲାନ୍ସ ବିଭାଗ ପକ୍ଷରୁ ଜବତ କରାଯାଇଛି ବୋଲି ସୂଚନା ମିଳିଛି l ତେବେ ଏହି ଚଢାଉ ହେବାପରେ ଜଟଣୀ ପୌର ପରିଷଦରେ ବିରି ମାଡ ଦେଖି କୋଳଥ ଚେପା ହେଲାଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି l

Exit mobile version