ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ୱାରା ଚାରି ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ

ଖୋର୍ଦ୍ଧା-ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା କର୍ତ୍ତବ୍ୟ ପ୍ରତି ସଚ୍ଚୋଟତା ଏବଂ ନିଷ୍ଠା ପରତା ପାଇଁ ଡିଭିଜନର ଚାରି ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି । ଶ୍ରୀ ବାଜୱା ଏହି କର୍ମଚାରୀଙ୍କ ଅବିସ୍ମରଣୀୟ ଉତ୍ସର୍ଗକୁ ପ୍ରଶଂସା କରିଥିଲେ ଏବଂ କର୍ତ୍ତବ୍ୟ ପାଳନ କରିବା ସମୟରେ ସତର୍କ,ସଜାଗ ଏବଂ ସେମାନଙ୍କର ଦାୟିତ୍ୱ ପ୍ରତି ସମର୍ପିତ ରହିବାକୁ ଅବଗତ କରିଥିଲେ ।

ଚାରି ଜଣ ପୁରସ୍କାର ପ୍ରାପ୍ତଙ୍କ ମଧ୍ୟରୁ, ଦୁଇଜଣ ସମ୍ମାନିତ ବ୍ୟକ୍ତି ହେଉଛନ୍ତି, ଶ୍ରୀ ସୁନନ୍ଦା କୁମାର ବେହେରା,ଷ୍ଟେସନ ମ୍ୟାନେଜର ଯୋରନ୍ଦା ଏବଂ ଶ୍ରୀ ଟେକି ଶ୍ରୀନିବାସ ରାଓ, ଟେକ୍ନିସିଆନ୍-୧ ପଲାସା।ଏହି ଦୁଇ କର୍ମଚାରୀଙ୍କ ସତର୍କତା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁ ଟ୍ରେନ ଗୁଡ଼ିକର ସୁରକ୍ଷିତ ଏବଂ ଦକ୍ଷ ପରିଚାଳନା ସୁନିଶ୍ଚିତ ହୋଇଛି। ତୃତୀୟ ସମ୍ମାନିତ ବ୍ୟକ୍ତି ହେଉଛନ୍ତି,ଡ଼ି ରମେଶ ବାରିକି, ଚିଫ୍ କଣ୍ଟ୍ରଲୋର ଖୋର୍ଦ୍ଧାରୋଡ଼।

 

ଟ୍ରେନ ପାସ କରାଉଥିବା କର୍ମଚାରୀଙ୍କୁ ସୁରକ୍ଷା ପରାମର୍ଶ ଦେବାରେ ତାଙ୍କ କର୍ତ୍ତବ୍ୟ ଅତୁଳନୀୟ।ଚତୁର୍ଥ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ହେଉଛନ୍ତି, ଶ୍ରୀ ସୁକେନ୍ଦ୍ର ବେହେରା,ସେଫ୍ଟି ଇନ୍ସଟ୍ରକ୍ଟର,ଖୋର୍ଦ୍ଧା ରୋଡ଼। ସେ ବିପର୍ଯ୍ୟୟ ପରିଚାଳନା ଯୋଜନା,ରାତି ପାହ୍ୟା ପ୍ଲେଟ୍ ଯାଞ୍ଚ ଏବଂ ଜୋନାଲ, ଆନ୍ତଃ ଜୋନାଲ ସୁରକ୍ଷା ଅଡିଟ୍ ଯାଞ୍ଚରେ ସହାୟତା,ବହୁତ ତତ୍ପରତାରେ ସହାୟତା କରିଥାନ୍ତି।

ଏହି ସମ୍ବର୍ଦ୍ଧନା ସମାରୋହ ଡିଆରଏମ୍ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ, ଶ୍ରୀ ପି.କେ. ବେହେରା,ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ(ଓପି) ତଥା ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ,ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ(ଇନ୍ଫ୍ରା) ଶ୍ରୀ ନମୋନାରାୟଣ ମୀନା,ଖୋର୍ଦ୍ଧା ରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତରେ ଆୟୋଜନ କରାଯାଇଥିଲା ।

Exit mobile version