ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- ହିଞ୍ଜିଳି ଥାନାର ଋଷିକୁଲ୍ୟା ଓ ଘୋଡାହାଡ ନଦୀର ବିଭିନ୍ନ ସ୍ଥାନରୁ ନିରନ୍ତର ଭାବେ ବାଲି ଲୁଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟତଃ ଏହି ଲୁଟ୍ ପ୍ରକ୍ରିୟାରେ ନଦୀ ତଟ ଗାଁ ଗୁଡିକରେ ଥିବା ମାଳ ମାଳ ଟ୍ରାକ୍ଟର ନିୟୋଜିତ ହେଉଥିବା ଦେଖାଯାଇଛି। ଦିନ ସାରା ଟ୍ରାକ୍ଟର ଗୁଡ଼ିକ ଛିଡ଼ା ହେଇଥିବା ବେଳେ ରାତିରେ ଆରମ୍ଭ ହୁଏ ବାଲି ଲୁଟ୍। ଚୋରା ବାଲି ପରିବହନରେ ଯେପରି କୌଣସି ତ୍ରୁଟି ପରିଲକ୍ଷିତ ନ ହୁଏ ସେଥି ପାଇଁ ବାଲି ମାଫିଆ ଗୋଷ୍ଠୀଙ୍କ ପକ୍ଷରୁ ବିଭିନ୍ନ ଛକ ନିକଟରେ ଆଗୁଆ ସୁଚନାକାରୀଙ୍କୁ ନିୟୋଜିତ କରାଯାଏ । ପୁଲିସର ଗତିବିଧି ଉପରେ ସତର୍କ ଦୃଷ୍ଟି ଦେଇ ଲୁଟ ପ୍ରକ୍ରିୟା ଚାଲେ।

