ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ,ରେତଙ୍ଗ କଲୋନୀ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ,୬୯ ତମ ରେଳ ସେବା ପୁରସ୍କାର–୨୦୨୪, ବିତରଣ ଉତ୍ସବ ଆୟୋଜିତ କରାଯାଇ,ରେଳ କର୍ମଚାରୀ ମାନଙ୍କୁ ନିଷ୍ଠାପର ପ୍ରୟାସ ଏବଂ କଠିନ ପରିଶ୍ରମ ପାଇଁ ସମ୍ମାନିତ କରଯାଇଛି। ଏହି ଉତ୍ସବରେ, ମଣ୍ଡଳର ୫୬ ଜଣ ରେଳ କର୍ମଚାରୀଙ୍କୁ, ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତା ପାଇଁ, ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା ସମ୍ମାନିତ କରିଥିଲେ।

