Home ଓଡ଼ିଶା କେନ୍ଦୁପତ୍ର ଉନ୍ନୟନ ପରିଷଦ ( କେଏଲଡିବି) କୁ ପଦ୍ମପୁର ଶ୍ରମିକ ନେତା ଶ୍ରୀ କୋକିଲ ସାହୁ ମନୋନୀତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ରାଜ୍ଯ ସରକାରଙ୍କ ଦ୍ବାରା ପୁନର୍ଗଠିତ କେନ୍ଦୁପତ୍ର ଉନ୍ନୟନ ପରିଷଦ ( କେଏଲଡିବି ) ରେ ଜଣେ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ଯ ଭାବେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନର ନେତା ଶ୍ରୀ କୋକିଲ ସାହୁଙ୍କୁ ରାଜ୍ଯ ସରକାର ମନୋନୀତ କରିଛନ୍ତି । ଓଡ଼ିଶାର ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ରାଜ୍ଯ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ,ଓଡ଼ିଶା ସରକାରଙ୍କ ମୁଖ୍ଯଶାସନ ସଚିବ,ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ସଦସ୍ଯ ଥିବା ବେଳେ ଜନ ପ୍ରତିନିଧି ସଦସ୍ଯ ଭାବେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏହି କମିଟିର ସଦସ୍ଯ ଭାବେ ମନୋନୀତ ହୋଇଛନ୍ତି । କେନ୍ଦୁପତ୍ର ପିସିସିଏଫ୍ ପରିଷଦର ଆବାହକ ଥିବା ବେଳେ କେନ୍ଦୁପତ୍ର ତୋଳାଳୀ,ବନ୍ଧେଇ ଶ୍ରମିକ ସଂଘର ପ୍ରତିନିଧି,ସିଜିନାଲ କର୍ମଚାରୀ ସଦସ୍ଯଙ୍କୁ ନେଇ ଏହି ପରିଷଦ କୁ ରାଜ୍ଯ ସରକାର ଏବେ ପୁନର୍ଗଠିତ କରିଛନ୍ତି । ଶ୍ରୀ କୋକିଲ ସାହୁ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ପାଇକମାଲ ରେଞ୍ଜରେ ହେଡଚେକର ଭାବେ କାର୍ଯ୍ଯ କରୁଛନ୍ତି ।ସେ ଦୀର୍ଘ ବର୍ଷ ଧରି କେନ୍ଦୁପତ୍ର କର୍ମଚାରୀ ସଂଘ ସହ ଜଡିତ ଅଛନ୍ତି । ଶ୍ରୀ ସାହୁଙ୍କୁ ରାଜ୍ଯ ସରକାର କେନ୍ଦୁପତ୍ର ଉନ୍ନୟନ ପରିଷଦ କୁ ମନୋନୀତ କରିଥିବାରୁ ହେଡଚେକର ଶ୍ରୀ ଋଷବ ପ୍ରଧାନ, ସୁରେଶ ପଣ୍ତା,ମହେନ୍ଦ୍ର ପ୍ରଧାନ,ଚୁଡାମଣି ପାଣିଗ୍ରାହୀ,ରଙ୍କମଣି ହୋତା,ଡେଳେନ୍ଦ୍ର ସାହୁ ଆଦି ରାଜ୍ଯ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍ କର୍ମଶାଳା : ଆଇଏପି ଓଡ଼ିପେଡିକନ୍ ୨୦୨୬ର ଏକ ପ୍ରାକ୍ - ସମ୍ମିଳନୀ କର୍ମଶାଳା by Proprietor Abhimanyu Maharana November 1, 2026 Basic Pediatric Ventilation Workshop – A Pre-Conference Workshop of IAP ODIPEDICON 2026 by Proprietor Abhimanyu Maharana November 1, 2026 ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana November 1, 2026 RASHTRIYA EKTA DIWAS OBSERVED AT KHURDA ROAD DIVISION by Proprietor Abhimanyu Maharana November 1, 2026