Home ଓଡ଼ିଶା କେନ୍ଦୁପତ୍ର ଉନ୍ନୟନ ପରିଷଦ ( କେଏଲଡିବି) କୁ ପଦ୍ମପୁର ଶ୍ରମିକ ନେତା ଶ୍ରୀ କୋକିଲ ସାହୁ ମନୋନୀତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ରାଜ୍ଯ ସରକାରଙ୍କ ଦ୍ବାରା ପୁନର୍ଗଠିତ କେନ୍ଦୁପତ୍ର ଉନ୍ନୟନ ପରିଷଦ ( କେଏଲଡିବି ) ରେ ଜଣେ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ଯ ଭାବେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନର ନେତା ଶ୍ରୀ କୋକିଲ ସାହୁଙ୍କୁ ରାଜ୍ଯ ସରକାର ମନୋନୀତ କରିଛନ୍ତି । ଓଡ଼ିଶାର ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ରାଜ୍ଯ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ,ଓଡ଼ିଶା ସରକାରଙ୍କ ମୁଖ୍ଯଶାସନ ସଚିବ,ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ସଦସ୍ଯ ଥିବା ବେଳେ ଜନ ପ୍ରତିନିଧି ସଦସ୍ଯ ଭାବେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏହି କମିଟିର ସଦସ୍ଯ ଭାବେ ମନୋନୀତ ହୋଇଛନ୍ତି । କେନ୍ଦୁପତ୍ର ପିସିସିଏଫ୍ ପରିଷଦର ଆବାହକ ଥିବା ବେଳେ କେନ୍ଦୁପତ୍ର ତୋଳାଳୀ,ବନ୍ଧେଇ ଶ୍ରମିକ ସଂଘର ପ୍ରତିନିଧି,ସିଜିନାଲ କର୍ମଚାରୀ ସଦସ୍ଯଙ୍କୁ ନେଇ ଏହି ପରିଷଦ କୁ ରାଜ୍ଯ ସରକାର ଏବେ ପୁନର୍ଗଠିତ କରିଛନ୍ତି । ଶ୍ରୀ କୋକିଲ ସାହୁ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ପାଇକମାଲ ରେଞ୍ଜରେ ହେଡଚେକର ଭାବେ କାର୍ଯ୍ଯ କରୁଛନ୍ତି ।ସେ ଦୀର୍ଘ ବର୍ଷ ଧରି କେନ୍ଦୁପତ୍ର କର୍ମଚାରୀ ସଂଘ ସହ ଜଡିତ ଅଛନ୍ତି । ଶ୍ରୀ ସାହୁଙ୍କୁ ରାଜ୍ଯ ସରକାର କେନ୍ଦୁପତ୍ର ଉନ୍ନୟନ ପରିଷଦ କୁ ମନୋନୀତ କରିଥିବାରୁ ହେଡଚେକର ଶ୍ରୀ ଋଷବ ପ୍ରଧାନ, ସୁରେଶ ପଣ୍ତା,ମହେନ୍ଦ୍ର ପ୍ରଧାନ,ଚୁଡାମଣି ପାଣିଗ୍ରାହୀ,ରଙ୍କମଣି ହୋତା,ଡେଳେନ୍ଦ୍ର ସାହୁ ଆଦି ରାଜ୍ଯ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026