ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କୋଟଗଡ ବନାଞ୍ଚଳର ଅଭୟାରଣ୍ୟ ଅଞ୍ଚଳ ମଧୁଗୁଡ଼ା ନିକଟରେ ବନବିଭାଗର ପାଟ୍ରୋଲିଂ ଚାଲିଥିବା ବେଳେ ଏକ ବୋଲେରୋ ପିକଅପ୍ ଗାଡ଼ି ନଂ.ଓଆର-୦୩-ଏଫ- ୨୬୮୬ କୁ ତନଖି କରିବା ବେଳେ ସେଥିରୁ ୧୧୬ ଖଣ୍ଡ ସାଇଜ କାଠ (୬୨ସିପ୍ଟ) କୁ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଓ ଅନ୍ୟ ସହଯୋଗୀ ସାଥୀ ଚମ୍ପଟ ମରିଥିବା ବିଷୟ ବନଖଣ୍ଡ ଅଧିକାରୀ ବାଲଗୋପଲ୍ ବେହେରା ସୂଚନା ପ୍ରଦାନ କରିଛନ୍ତି l

