Home ଓଡ଼ିଶା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୯୦ତମ ଉତ୍କଳ ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ବୀର ପ୍ରସବିନି ଉତ୍କଳମାତାରା ବୀରପୁତ୍ରମାନଙ୍କ ଆଜୀବନ ସଂଗ୍ରାମ, ସାଧନା, ତ୍ୟାଗ, ସାହସିକତା, ଦେଶପ୍ରେମ ଓ ଅପୂର୍ବ ଆତ୍ମ ଉତ୍ସର୍ଗ ଯୋଗୁଁ ୧୯୩୬ ମସିହା ଅପ୍ରିଲ୍ ମାସ ୧ ତାରିଖ ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ଉକ୍ତ ଦିବସକୁ ଉତ୍କଳ ଦିବସ ରୂପେ ଓଡ଼ିଶାର ପୁରପଲ୍ଲୀରେ ପ୍ରତିବର୍ଷ ପାଳନ କରାଯାଉଅଛି । ଏହି ଅବସରରେ ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟିର ସଭାପତିଙ୍କ ଅନୁମୋଦନ କ୍ରମେ ବାଲିଗୁଡ଼ା ଉପଖଣ୍ଡ ସଦର ମହକୁମାଠାରେ ଉପଖଣ୍ଡ ସ୍ତରୀୟ ୯୦ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି l ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉକ୍ତ ଦିନ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ବାରା ଡାକବାଜି ଯନ୍ତ୍ର ଯୋଗେ ସମଗ୍ର ସହରରେ ଉତ୍କଳ ବନ୍ଦନା “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯିବ । ପରେ ପରେ ପ୍ରଭାତ ଫେରୀ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ନିଜ ନିଜ ଅନୁଷ୍ଠାନରୁ ବାହାରି ଉତ୍କଳମାତା ଓ ବୀରପୁତ୍ର ମାନଙ୍କର ସ୍ଲୋଗାନ ମାନ ଦେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ସକାଳ ୭ ଘଣ୍ଟ ସମୟରେ ଟାଉନ ହଲ ସଭାଗୃହ ପରିସରରେ ସମବେତ ହେବେ । ପ୍ରାତଃ ଘ.୭.୩୦ମି. ସମୟରେ ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ । ପ୍ରଭାତ ଫେରି ଓ ସଭାସ୍ଥଳର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଯାନବାହନ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ନିମନ୍ତେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ପ୍ରତ୍ୟେକ ବିଦ୍ୟାଲୟରୁ କେବଳ ୧୦ ଜଣ ଛାତ୍ରଛାତ୍ରୀ ଫୁଲମାଳ ସହିତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହିତ ଆସିବେ । ଏଥି ନିମନ୍ତେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଅନୁରୋଧ କରାଯାଇଛି l ଏହି ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା :-ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଓଡ଼ିଆ ବକ୍ତୃତା ପ୍ରତିଯୋଗିତା,କୌତୁକ ପୋଷାକ ପ୍ରତିଯୋଗିତା ଭଳି ବିଭିନ୍ନ ପ୍ରତିଯୋଗିତା ଚଳିତ ମାସ ୨୬ ତାରିଖ ଠାରୁ ଆରମ୍ଭ ହେବ l ବାଲିଗୁଡ଼ା ସହର, ସଭାଗୃହ ପରିସର ଓ ତା’ ନିକଟବର୍ତ୍ତୀ ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନ କରିବା ସହ ପାନୀୟ ଜଳ ବ୍ୟବସ୍ଥାକୁ ତ୍ଵରାନ୍ୱିତ କରିବା ନିମନ୍ତେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ଉତ୍କଳ ଦିବସ ଉପଲକ୍ଷେ “ବନ୍ଦେ ଉତ୍କଳ ଜନନୀ” ଗାନ କରିବା ପାଇଁ ବନବାସୀ ସେବା ସମିତିର ଛାତ୍ରୀଗଣଙ୍କୁ ବାଦ୍ୟଯନ୍ତ୍ର ସହ ପ୍ରେରଣ କରିବାକୁ ସ୍ଥାନୀୟ ବନବାସୀ ସେବା ସମିତିର ସମ୍ପାଦକଙ୍କୁ ଅନୁରୋଧ କରାଯାଇଛି । ଏତଦବ୍ୟତୀତ ଉକ୍ତ ଦିନ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସକାଳ ୭ ଘଣ୍ଟ ସମୟରେ ଉପସ୍ଥିତ ଛାତ୍ରଛାତ୍ରୀ ଜନସାଧାରଣଙ୍କ ସୁବିଧା ପାଇଁ ଏକ ଭ୍ରାମ୍ୟମାଣ ଚିକିତ୍ସାଯାନ ଯୋଗାଇବାକୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି । କୌତୁକ ପୋଷାକ ପ୍ରତିଯୋଗିତା ପରେ ପରେ ଏକ ସାଧାରଣ ସଭା ସ୍ଥାନୀୟ ସଭାଗୃହ ପରିସରରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବା ପାଇଁ ସ୍ଥିର କରାଯାଇଛି । ଓଡିଶା ଦିବସ ଉପଲକ୍ଷେ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନର କୋଠାବାଡ଼ି ମାନଙ୍କରେ ୩୧ ତାରିଖ ସନ୍ଧ୍ୟା ଓ ଉତ୍କଳ ଦିବସ ଦିନ ସ୍ବ-ଖର୍ଚ୍ଚରେ ଆଲୋକମାଳ ଓ ଦୀପରେ ସଜ୍ଜିତ କରିବା ପାଇଁ ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ଓ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରାଯାଇଛି । ଏହି ଉତ୍ସବଟିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟିର ସଭାପତି ଡ଼ଃ. ରୀନା ପ୍ରଧାନ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026