Home ଓଡ଼ିଶା ବ୍ରହ୍ମପୁର ସ୍ଥିତ ନବୀନ ଭବନ ଠାରେ ଡ଼.ରାମ ମନୋହର ଲୋହିଆ ଓ ଭଗତ୍ ସିଂଙ୍କ ଶହୀଦ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଅଗ୍ରଣୀ ବୁଦ୍ଧିଜୀବୀ ଅନୁଷ୍ଠାନ ଭଗତ ସିଂଓ ଲୋହିଆ ବିଚାର ମଞ୍ଚ ପକ୍ଷରୁ ସ୍ଥାନୀୟ ନବୀନ ଭବନ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ମାର୍ଚ୍ଚ ୨୩ ତାରିଖ ୧୯୧୦ ମସିହାରେ ଡ଼.ରାମ ମନୋହର ଲୋହିଆ ଉତ୍ତର ପ୍ରଦେଶର ଆକବରପୁର ଠାରେ ଜନ୍ମ ଗ୍ରହଣ କରିଥିଲେ।ମହାତ୍ମା ଗାନ୍ଧିଙ୍କ ଭାରତ ଛାଡ଼ ଆନ୍ଦୋଳନର ଡାକରା କ୍ରମେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ସେ ସମାଜବାଦ ଓ ସାମାଜିକ ନ୍ୟାୟର ପ୍ରତିଷ୍ଠା ପାଇଁ ଆଜୀବନ ଲଢେଇ କରିଛନ୍ତି । ଯୁଦ୍ଧ ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନରୁ ଡ଼.ଲୋହିଆ ଙ୍କୁ ୧୯୪୦ ମସିହାରେ ଗିରିଫ କରାଯାଇଥିଲା । ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ଵ ନେଲାବେଳେ ୧୯୪୪ ମସିହାରେ ତାଙ୍କୁ ପୁଣି ଗିରିଫ କରାଯାଇଥିଲା। ଭାରତ ବିଭାଜନକୁ ସେ ଦୃଢ଼ ବିରୋଧ କରୁଥିଲେ । ସେ ମହିଳା ଓ ପଛୁଆ ବର୍ଗଙ୍କ ପାଇଁ ୬୦ ପ୍ରତିଶତ ସିଟ୍ ରେ ଆରକ୍ଷଣ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ସେ ଜଣେ ମହାନ ସମାଜ ସୁଧାରକ ଥିଲେ।ସାତ ସ୍ତରରେ ଥିବା ଅସାମନତାକୁ ବିରୋଧ କରି ଆର୍ଥିକ ସମାନତା,ବ୍ୟକ୍ତିଗତ ଅଧିକାର,ରଙ୍ଗ ଗତ ବୈଷମ୍ୟତା ର ବିଲୋପ, ଜାତୀୟ ସ୍ଵାଧୀନତା,ମହିଳାଙ୍କୁ ଉତଥାନ,ଜାତି ନିର୍ମୁଳତା ଓ ସଶସ୍ତ୍ର ସଂଘର୍ଷକୁ ଅସହଯୋଗ ଆଦି ସାତ ଗୋଟି ବ୍ୟବସ୍ଥା ଲୋହିଆଙ୍କ ସପ୍ତ କ୍ରାନ୍ତି ଭାବେ ଜଣାଶୁଣା । ସେହିଭଳି ଏହି ଦିନରେ ମହାନ ବିପ୍ଲବୀ ସହିଦ ଭଗତ ସିଂ ଙ୍କୁ ବ୍ରିଟିଶ ସରକାର ମିଥ୍ୟା କେସ୍ ରେ ଛନ୍ଦି ଫାଶୀ ଦେଇଥିଲା।ଉଭୟ ଭଗତ ସିଂ ଓ ରାମ ମନୋହର ଲୋହିଆ ରାଷ୍ଟ୍ରର ପୁଞ୍ଜିବାଦୀ ଅର୍ଥନୀତି,ସାମ୍ରାଜ୍ୟବାଦୀ ଚରିତ୍ର,ଜାତିବାଦ,ସାମ୍ପ୍ରଦାୟିକ ଭୂମିକାକୁ ଦୃଢ଼ ବିରୋଧ କରିଛନ୍ତି ଓ ସମାଜବାଦ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ସଂଘର୍ଷ କରିଛନ୍ତି।ଏଣୁ ସମାଜବାଦ ଏକ ମାତ୍ର ବ୍ୟବସ୍ଥା ଆଜି ଭାରତ ବର୍ଷରେ ଜନ ଗଣଙ୍କୁ ସ୍ଵାଧୀନତା,ସମାନତା ଓ ମର୍ଯ୍ୟାଦାବନ୍ତ ଜୀବନ ଯାପନଦେଇ ପାରିବା ସହ ପ୍ରତ୍ୟେକଙ୍କ ଜୀବନ ଜୀବିକା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦେଇପାରିବ ବୋଲି ଅନୁଷ୍ଠିତ ସଭାରେ ମତ ପ୍ରକାଶ ପାଇଛି।ବରିଷ୍ଠ ସାମ୍ୱାଦିକ ତଥା ‘ନବୀନ’ର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜନୀତି ବିଭାଗ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ,ମୁଖ୍ୟବକ୍ତା ପରିବେଶବିତ୍ତ ପ୍ରଫୁଲ୍ଲ ସାମନ୍ତରା, ସମ୍ମାନିତ ଅତିଥି ଆଇନଜୀବି ଅବନୀ ଗୟା ମଞ୍ଚାସୀନ ଥିବାବେଳେ ଶିକ୍ଷକ ନେତା ତଥା ମଞ୍ଚର ସଂଯୋଜକ ଅଶୋକ ଦଳାଇ ସ୍ଵାଗତ ଭାଷଣ ଦେଇଥିଲେ।ଏହି ଆଲୋଚନା ଚକ୍ରରେ ଡ଼.ଡ଼ମ୍ୱରୁଧର ସାହୁ, ଡ଼.ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି,କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେବୀ ରାମକୃଷ୍ଣ ପାତ୍ର,ଏସ.ପ୍ରକାଶ ଚନ୍ଦ୍ର ପାତ୍ର,ନବୀନର ପ୍ରକାଶିକା ମଞ୍ଜୁ ରଥ,ସାମ୍ୱାଦିକ ରଂଜନ କୁମାର ସାହୁ,ପବିତ୍ର କୁମାର ଚୌଧୁରୀ, ଆଲୋକ କୁମାର ସାବତ,କୈଳାସ ବେହେରା,ପ୍ରଶାନ୍ତ ଶତପଥୀ,କୁନା କୁମାର ବିଶୋୟୀ,ଅଜିତ ରାଉତ, ଅଭିମନ୍ୟୁ ନାୟକ,କେ.ସନ୍ତୋଷ କୁମାର ପାତ୍ର,ଦୀପ୍ତ ଶଙ୍କର ପଟ୍ଟନାୟକ,ଅନ୍ତର୍ଯ୍ୟାମୀ ଗୌଡ଼, ହେମନ୍ତ କୁମାର ରଥ,ଉମାକାନ୍ତ ରଥ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସାହିତ୍ୟିକ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026