Home ଓଡ଼ିଶା ଛତୁଆ ନୁହେଁ ଅଟା ଓ ବେସନ ମିଶ୍ରିତ ଖାଦ୍ୟ ଖାଇ ୨ ଶିଶୁ କନ୍ୟା ମୃତ – ଗଜପତି ଜିଲ୍ଲାପାଳ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ତଥା ରାମଗିରି ଥାନା ନିକଟ ଡେମାକୁଟି ସାହିରେ ଗତକାଲି ଛତୁଆ ଖାଇ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଥିବା ଖବର ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି. ଆଜି ସୋମବାର ଏହି ଘଟଣା ନେଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ କହିଛନ୍ତି ଛତୁଆ ନୁହେଁ ଅଟା ଓ ବେସନ ମିଶ୍ରିତ ଖାଦ୍ୟ ଖାଇବା ପରେ ଏହି ପରିବାରର ୪ ଜଣ ଗୁରୁତର ହୋଇଥିଲେ ଓ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି. ଗତ ୨୦ ତାରିଖ ଦିନ ଅଙ୍ଗନବାଡ଼ି କେନ୍ଦ୍ରରୁ ଅଟା ଓ ବେସନ ମିଶ୍ରିତ ଖାଦ୍ୟ ଏମାନେ ଆଣିଥିଲେ. ଗତକାଲି ରବିବାର ଏହାକୁ ଖାଦ୍ୟ ପ୍ରସ୍ତୁତ କରି ଖାଇବା ପରେ ୨ ଭଉଣୀଙ୍କ ମୃତ୍ୟୁ ହେବା ପରେ ୨ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ. ଆଜି ଏହି ୨ ଜଣ ବିପଦମୁକ୍ତ ଥିବା ଜଣାଯାଇଛି. ହେଲେ ଘଟଣା ନେଇ ସମ୍ପୃକ୍ତ ଅଞ୍ଚଳକୁ ଗଜପତି ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ରଟିମ ପଠାଯାଇଛି. ଗଜପତି ଏଡିଏମଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣା ସ୍ଥଳକୁ ଯାଇ ସବୁକିଛି ଅନୁଧ୍ୟାନ କରିଛନ୍ତି. ଅନୁଧ୍ୟାନ କରିବା ପରେ ଜଣାଯାଇଛି ଯେ ଛତୁଆ ନୁହେଁ ଅଟା ଓ ବେସନ ମିଶ୍ରିତ ଖାଦ୍ୟ ଖାଇବା ପରେ ଏମାନେ ଗୁରୁତର ହୋଇଥିଲେ. ଗତକାଲିର ଖାଦ୍ୟ ସାମଗ୍ରୀର ଆବଶ୍ୟକ ପରୀକ୍ଷା କରାଯାଉଛି. ଏହି ଅଟା ଓ ବେସନ ମିଶ୍ରିତ ଖାଦ୍ୟ ସେହି ଅଞ୍ଚଳରେ ଅନ୍ୟମାନଙ୍କୁ ଦିଆଯାଇଛି. ଏହାକୁ ଅନ୍ୟମାନେ ବ୍ୟବହାର କରିଛନ୍ତି. ହେଲେ କାହାରି ଏଭଳି ଗୁରୁତର ଅବସ୍ଥା ହୋଇନାହିଁ. ଏଣୁ ଅଟା ଓ ବେସନ ମିଶ୍ରିତ ଖାଦ୍ୟରେ ଅନ୍ୟ କିଛି ମିଶି ବିଷାକ୍ତ ହେଲା ସେ ନେଇ ଆବଶ୍ୟକ ପରୀକ୍ଷା ଓ ତଦନ୍ତ ଆଦି ଜାରି ରହିଛି. ଏହାର ସବିଶେଷ ତଥ୍ୟ ଆସିବା ପରେ କେଉଁ କାରଣରୁ ଏଭଳି ହେଲା ତାହା ସ୍ପଷ୍ଟ ହେବ .ସୂଚନାଯୋଗ୍ୟ, ଗତକାଲି ମୃତ୍ୟୁବରଣ କରିଥିବା ୨ ଶିଶୁ କନ୍ୟା ହେଲବ ତୁଳସୀ ବଡ଼ମୁଣ୍ଡି (୫) ଓ ଗୁଣବତୀ ବଡ଼ମୁଣ୍ଡି (୩) । ଏଥିସହ ଗୁରୁତର ହୋଇଥିଲେ ବାପା ଅର୍ଜୁନ ବଡ଼ମୁଣ୍ଡି (୫୫) ଓ ବଡ଼ ଭଉଣୀ ସୁମିତ୍ରା (୧୨). ଏମାନଙ୍କୁ ପ୍ରଥମେ ରାମଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ହେଲେ ଏମାନଙ୍କ ମଧ୍ୟରୁ ୨ ଶିଶୁକନ୍ୟା ତୁଳସୀ ଓ ଗୁଣବତୀଙ୍କ ମୃତ୍ୟୁ ଘଟିଛି. ସମ୍ପୃକ୍ତ ଘଟଣା ପ୍ରଚାର ହେବା ପରେ ସମଗ୍ର ଗଜପତି ଜିଲ୍ଲାରେ ଏନେଇ ସର୍ବସାଧାରଣରେ ଉଦବେଗ ପ୍ରକାଶ ପାଇଛି. Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026